ଭୁବନେଶ୍ବର: ୨୦୨୫-୨୬ ଶିଷା ବର୍ଷରେ ବିଏଡ୍, ବିଏଚଏଡ୍ ଓ ଏମ.ଏଡ୍ ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଏସଏସବି ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

ବିଶେଷଜ୍ଞ କମିଟି ଦ୍ୱାରା ପ୍ରଶ୍ନପତ୍ର ଯାଞ୍ଚ କରାଯାଉଛି । ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ନୂଆ ତାରିଖ ଘୋଷଣା ହେବା ପରେ ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ, ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ଦୁଇ ବର୍ଷିଆ ବିଏଡ୍/ଏମଏଡ୍/ ବିଏଚଏଡ୍ ପାଠକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ୨୦୨୫ ମାର୍ଚ୍ଚ ୨୪ ତାରିଖରୁ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ପୂରଣ ପ୍ରକିୟା ଆରମ୍ଭ ହୋଇଥିଲା ।
ବିଗତ ବର୍ଷ ଭଳି ୨୦୨୫-୨୬ ପାଇଁ ମଧ୍ୟ ଦୁଇ ବର୍ଷିଆ ବିଏଡ/ ଏମଏଡ/ ବିଏଚଏଡ ପାଠକ୍ରମରେ ନାମଲେଖା ଏବଂ ଚୟନ ପ୍ରକିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ କରାଯିବ । ତେବେ ପ୍ରବେଶିକା ପରୀକ୍ଷା ଚଳିତ ତଥା ଜୁନ୍ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାର ନିଷ୍ପତ୍ତି ହୋଇଥିଲା ହେଲେ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଏସଏସବି ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇ ଏହାକୁ ସ୍ଥଗିତ ରଖାଯାଇଛି ।
Comments are closed.