କୋରାପୁଟ: ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ ବାବୁ । ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୋଲିସ ବାବୁ ଜଣଙ୍କ ହେଉଛନ୍ତି କୋରାପୁଟ ବି. ସିଂହପୁର ଥାନା ଏଏସଆଇ ନରସିଂହ ଦୋରା । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ନରସିଂହଙ୍କୁ ଗିରଫ କରିଛି ।
ସୂଚନା ମୁତାବକ, ଏକ ଘରୋଇ ହିଂସା ମାମଲାରେ ତଦନ୍ତ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସଆଇ ନରସିଂହ ଦୋରା । ଯଦି ସେ ମାଗିଥିବା ଟଙ୍କା ନ ଦିଅନ୍ତି, ତେବେ ସେ ମାମଲାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଥିଲେ। ଟଙ୍କା ଦେବାକୁ ସକ୍ଷମ ନଥିଲେ ଅଭିଯୋଗକାରୀ ତେଣୁ ସେ ଉପାୟ ଭାବି ଏ ବାବଦରେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ । ଫଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପୋଲିସ ବାବୁଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା ।
ମଙ୍ଗଳବାର ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା ଏବଂ ଉଭୟ ଦୋରା ଓ ଅମାତ୍ୟଙ୍କୁ ଅଭିଯୋଗକାରୀଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲା। ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ଏଏସଆଇ ଦୋରାଙ୍କ ବିଭିନ୍ନ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଏକକାଳୀନ ଚଢ଼ାଉ ଜାରି ରହିଛି ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ତଦନ୍ତ ଚାଲିଛି।
Comments are closed.