Latest Odisha News

ବଢୁଛି ବାବା ରାମଦେବଙ୍କ ଅଡୁଆ; ଯୋଗଗୁରୁଙ୍କୁ ଆଇଏମ୍ଏର ୧୦୦୦ କୋଟି ଟଙ୍କାର ମାନହାନି ନୋଟିସ୍

ନୂଆଦିଲ୍ଲୀ: ଏଲୋପାଥି, ବୈଜ୍ଞାନିକ ଔଷଧକୁ କୋଭିଡ୍‌-୧୯ ଚିକିତ୍ସାରେ ବ୍ୟବହାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଯୋଗ ଗୁରୁ ବାବା ରାମଦେବଙ୍କୁ ୧୦୦୦ କୋଟି ଟଙ୍କାର ମାନହାନି ନୋଟିସ୍ ଦେଇଛି।

ବାବା ରାମଦେବଙ୍କୁ ମାନହାନି ନୋଟିସ୍ ଆଇଏମଏର ଉତ୍ତରାଖଣ୍ଡ ଦ୍ବାରା ଜାରି କରାଯାଇଛି।

ଆଇଏମଏ ନୋଟିସରେ ଦର୍ଶାଯାଇଛି ଯେ ଯଦି ରାମଦେବ ତାଙ୍କ ଦ୍ବାରା ଦିଆଯାଇଥିବା ବିବୃତ୍ତିକୁ ବିରୋଧ କରି ଏକ ଭିଡିଓ ପୋଷ୍ଟ ନକରନ୍ତି ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ଲିଖିତ କ୍ଷମା ନମାଗନ୍ତି, ତେବେ ତାଙ୍କ ନାଁରେ ୧୦୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରାଯିବ।

Leave A Reply

Your email address will not be published.