Latest Odisha News

BREAKING NEWS

ବାତ୍ୟା ଯିବା ପରେ ପୁନରୁଦ୍ଧାର ଜୋରଦାର: ଲାଗିଛନ୍ତି ଉଦ୍ଧାରକାରୀ ଟିମ୍, ଦେଖନ୍ତୁ ଫଟୋ

ଭୁବନେଶ୍ୱର: ବାତ୍ୟା ୟାସ୍ ଓଡ଼ିଶା ଉପକୂଳ ଛାଡୁଛି । ତିନି ଚାରି ଘଣ୍ଟା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରକୋପ ଦେଖାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୟାସ୍ ପ୍ରଭାବ ପକାଇଛି । ବେଶୀ କ୍ଷୟକ୍ଷତି ହୋଇଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ଶୋଇ ଯାଇଛି ବଡ଼ ବଡ଼ ଗଛ । କେଉଁଠି ମୂଳ ମାଟିରୁ ଉପୁଡି ଯାଇଛି । ଲୋକଙ୍କ ଘରେ ଉପରେ ପଡ଼ିଛି ଗଛ । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି । ବଡ଼ ବଡ଼ ହୋର୍ଡିଂ ସବୁକୁ ଫିଙ୍ଗି ଦେଇଛି ପବନ ।

ବାତ୍ୟା ଅପସରି ଯାଉଥିବା ବେଳେ ଜୋରଦାର ହୋଇଛି ପୁନରୁଦ୍ଧାର କାମ । ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ବାହୀନି ଗଛ ପଡ଼ିଥିବା ସ୍ଥାନରେ ସଫେଇକୁ ଜୋରଦାର କରିଛନ୍ତି । ଗଠ କାଟି ଅବରୋଧ ହଟାଉଛନ୍ତି । ନିୟୋଜିତ ଅଛନ୍ତି ଗଛ କଟାଳି ଟିମ୍ । ଅତ୍ୟାଧୁନିକ ସରଞ୍ଜାମ ଓ ଯନ୍ତ୍ରପାତି ଜରିଆରେ ପୁନରୁଦ୍ଧାର କାମ ଚାଲିଛି । କୋଭିଡ ଗାଇଡଲାଇନ୍ ଓ ସତର୍କତା ସହ ଚାଲିଛି ପୁନରୁଦ୍ଧାର କାମ ।

ଘର ଓ ଗଛ ଉପରେ ଚଢ଼ି ଭାଙ୍ଗି ଯାଇଥିବା ଅଂଶକୁ ହଟାଉଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ । ବିଭିନ୍ନ ଜିଲ୍ଲାରେ ୬୦ରୁ ଓଡ୍ରାଫ ଟିମ୍, ଏନଡିଆରଏଫର ୫୨ଟି ଟିମ୍ ଓ ଅଗ୍ନିଶମ ବାହିନୀର ଶହେରୁ ଅଧିକ ଟିମ୍ ମୁତୟନ ଅଛନ୍ତି ।

Leave A Reply

Your email address will not be published.