Latest Odisha News

BREAKING NEWS

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ୱର: କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ। ଗତ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକ ପ୍ରବୁଦ୍ଧ ଜଗଦେବଙ୍କ ଆଜି ସକାଳେ ଶେ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ସେହିଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା।

ଶ୍ରୀ ଜଗଦେବ ବିଜେବି କଲେଜ ଓ ପରେ ଦିଲ୍ଲୀ ଜବାହାର୍ଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରୁ ଶିକ୍ଷା ସମାପ୍ତ ପରେ ୨୦୦୧ରେ ହିନ୍ଦୁସ୍ତାନ ଟାଇମ୍ସର ଭୁବନେଶ୍ୱର ସଂସ୍କରଣରେ ସାମ୍ବାଦିକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌, ଟେଲିଗ୍ରାଫ୍ ଓ ଓଟିଭି(ଡିଜିଟାଲ)ରେ ମଧ୍ୟ କାମ କରିଛନ୍ତି ।

ସେ ବିଶିଷ୍ଟ କବି ତଥା ଶିକ୍ଷାବିତ୍ ପ୍ରଫୁଲ୍ଲ ଜଗଦେବଙ୍କ ପୁଅ । ଅନେକ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ସହ ସେ ସଂଶ୍ଲୀଷ୍ଟ ଥିଲେ । ବକୁଳ ଫାଉଣ୍ଡେସନର ସେ ଜଣେ ସ୍ୱେଚ୍ଛାସେବୀ ଭାବେ କାମ କରିଆସିଥିଲେ ।

କରୋନାର ଏହି ଦ୍ୱିତୀୟ ଲହରରେ ଏଯାଏଁ ରାଜ୍ୟ ପ୍ରାୟ ୩୧ ଜଣ ସାମ୍ବାଦିକଙ୍କୁ ହରାଇ ସାରିଲାଣି ।

Leave A Reply

Your email address will not be published.