Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଏଲୋପାଥି ଉପରେ ଦେଇଥିବା ବିବଦୀୟ ମନ୍ତବ୍ୟ ଉପରେ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏକାଧିକ ଏଫ୍ଆଇଆର୍‌ ଶୁଣାଣିକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବାବା ରାମଦେବ। ସୂଚନା ଥାଉ କି, ସେ କୋଭିଡ-୧୯ ମାମଲାର ଚିକିତ୍ସା ପଦ୍ଧତିକୁ ନେଇ ଡାକ୍ତରମାନଙ୍କୁ ସମାଲୋଚନା କରିଥିଲେ।

ବାବା ରାମଦେବ ତାଙ୍କ ଆବେଦନରେ ପାଟନା ଏବଂ ରାୟପୁର ଶାଖାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ପ୍ରକ୍ରିୟାରେ ସ୍ଥଗିତାଦେଶ ମାଗିଛନ୍ତି ଏବଂ ଦିଲ୍ଲୀକୁ ଏଫଆଇଆର ସ୍ଥାନାନ୍ତର କରିବାକୁ କହିଛନ୍ତି।

ବାବା ରାମଦେବଙ୍କ ନାଁରେ ଧାରା ୧୮୮, ୨୬୯, ୫୦୪ ଅଧୀନରେ ମାମାଲା ରୁଜୁ କରାଯାଇଛି।

Leave A Reply

Your email address will not be published.