Latest Odisha News

BREAKING NEWS

ବିପଦ ଏଡାଇବା ପାଇଁ ଟିମ୍ ଇଣ୍ଡିଆର ସଂଘର୍ଷ ଜାରୀ

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ବିପଦ ଏଡାଇବା ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନମାନେ ସଂଘର୍ଷ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରିବା ସହ ଓଭରାଲ ୧୨୩ ରନର ଅଗ୍ରଣୀ ହାସଲ କରିଛି ।

ରିଷଭ ପନ୍ତ ୪୦ ଏବଂ ରବିଚନ୍ଦ୍ରନ ଅଶ୍ୱୀନ ୭ ରନ କରି ଅପରାଜିତ ଅଛନ୍ତି । ଏବେ ବି ୬୦ ଓଭର ଖେଳ ବାକି ରହିଛି । ମ୍ୟାଚକୁ ଡ୍ର ରଖିବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ ଅଧିକ ସମୟ କ୍ରିଜରେ ରହିବାକୁ ପଡିବ ।

Leave A Reply

Your email address will not be published.