Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ‘ବାବା କା ଢ଼ାବା’, ଆଣିଲେ ଟଙ୍କା ହଡପ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ‘ବାବା କା ଢ଼ାବା’ । ଢ଼ାବା ମାଲିକ କାନ୍ତା ପ୍ରସାଦ ମାଲଭିଆ ନଗର ପୋଲିସ ଷ୍ଟେସରେ କରିଛନ୍ତି ଅଭିଯୋଗ । ଭିଡିଓ ପ୍ରସ୍ତୁତ କରିଥିବା ଗୌରବ ୱାସନ ତାଙ୍କ ଠାରୁ ଟଙ୍କା ହଡପ କରିନେଇଥିବା କାନ୍ତା ପ୍ରସାଦ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ରାତାରାତି ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିବା ପରେ କାନ୍ତା ପ୍ରସାଦଙ୍କୁ ଅନେକ ଲୋକେ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗଇଥିଲେ । ହେଲେ ଏହି ଟଙ୍କା ବାଟମାରଣା ହୋଇଛି । ଭିଡିଓ ପ୍ରସ୍ତୁତ କରିଥିବା ଗୌରବ ୱାସନ ଏହି ଟଙ୍କାକୁ ହଡପ କରିନେଥିବା ଅଭିଯୋଗ ହୋଇଛି ।

ବାବାଙ୍କୁ ସହାୟତା କରିବା ପାଇଁ ଗୌରବ ନିଜ ବ୍ୟାଙ୍କ ବିବରଣୀ ଦେଇଥିଲେ । ସେଥିରେ ଆସିଥିବା ସହାୟତା ରାଶିରେ ହେରଫେର ହୋଇଛି । ଗୌରବ ବାବାଙ୍କୁ ସହାୟତା ରାଶି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ୱାସନ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି. ଯେ ସମସ୍ତ ଟଙ୍କା ବାବାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି ।  ୱାସନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ରଖିଛନ୍ତି ଯେଉଁଥିରେ ତାଙ୍କୁ ବ୍ୟାଙ୍କ ଟ୍ରାନ୍ସଫରର ବିବରଣୀ ଦର୍ଶାଯାଇଛି । ସେ ଫେସବୁକ ପେଜରେ ବ୍ୟାଙ୍କ ଷ୍ଟେଟମେଣ୍ଟ ଅପଲୋଡ୍ କରିଥିବା ମଧ୍ୟ ଦାବି କରିଛନ୍ତି ।

କିଛି ଦିନ ତଳେ ଦିଲ୍ଲୀର ମାଲବୀୟ  ନଗରରେ ଅବସ୍ଥିତ ‘ବାବା କା ଢାବା’କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା। ‘ବାବା କା ଢାବା’ ଚଳାଉଥିବା ବୃଦ୍ଧ ଦମ୍ପତ୍ତି କରୋନା ମହାମାରୀ ହେତୁ ଢାବା ପ୍ରାୟ ବନ୍ଦ ହୋଇଯାଇଥିବାର ଦୁୁଃଖ ଜଣାଇଥିଲେ। ଏହି ଭିଡିଓ ରାତାରାତି ଭାଇରାଲ ହେବା ସହ ବୃଦ୍ଧ ଦମ୍ପତ୍ତିଙ୍କ ଢ଼ାବାକୁ ଲୋକଙ୍କ ସୁଅ ଛୁଟିଥିଲା। ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଥିଲା ।

Leave A Reply

Your email address will not be published.