Latest Odisha News

BREAKING NEWS

ଦେଶବାସୀଙ୍କୁ ନିଆରା ଶୈଳୀରେ ଭୋଟ୍‌ ଆବେଦନ କଲେ ଲେଡି ଗାଗା

ନୂଆଦିଲ୍ଲୀ: ଆମେରିକାରେ କରୋନା ମହାମାରୀ ମଧ୍ୟରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୩ ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହା ସ୍ଥିର ହେବ। ଏହି ସମୟରେ ଆମେରିକାର ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗା ଏକ ଭିଡିଓ ସାହାଯ୍ୟରେ ନିଜର ଅନନ୍ୟ ଶୈଳୀରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ଅଢେଇ ମିନିଟର ଏହି ଭିଡିଓରେ ଯେଉଁମାନେ ପୂର୍ବରୁ ଭୋଟ୍‌ ଦେଇସାରିଛନ୍ତି ସେମାନଙ୍କୁ ଲେଡି ଗାଗା ପ୍ରଶଂସା କରିଥିଲେ। ଏହି ଭିଡିଓରେ ସେ ଏପର୍ଯ୍ୟନ୍ତ ଭୋଟ୍ ଦେଇ ନ ଥିବା ଏବଂ ନିର୍ବାଚନ ପ୍ରତି ନିରାଶାବାଦୀ ମନୋଭାବ ପୋଷଣ କରୁଥିବା ଲୋକଙ୍କ ବିଷୟରେ ମଧ୍ୟ କହିଥିଲେ।

ସେ ଏହି ଭିଡିଓରେ କହିଛନ୍ତି ଯେ ମୁଁ ସେହି ଲୋକଙ୍କ ସହ କଥା ହେବାକୁ ଚାହେଁ ଯେଉଁମାନେ ଭୋଟ୍ ଚାହୁଁନାହାଁନ୍ତି, କୌଣସି ପ୍ରକାର ନିଷ୍ପତ୍ତି ନେବାକୁ ସକ୍ଷମ ନୁହଁନ୍ତି କିମ୍ବା ଯେଉଁମାନେ ଭୋଟ୍ ବ୍ୟବସ୍ଥାରେ ବିଶ୍ୱ‌ାସ କରନ୍ତି ନାହିଁ।  ନିର୍ବାଚନରେ ମତଦାନ ଆପଣଙ୍କର ପ୍ରମୁଖ ଦାୟିତ୍ୱ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ଏବଂ ଯଦି ଆପଣ ନିଜ ଦେଶକୁ ପୂର୍ବ ଅପେକ୍ଷା ଭଲ ଏବଂ ଭିନ୍ନ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ନିର୍ବାଚନରେ ​​ଭାଗ ନେବାକୁ ପଡିବ।

ଏହି ଭିଡିଓରେ ଲେଡି ଗାଗାଙ୍କୁ ଅନେକ ଆକର୍ଷଣୀୟ ଏବଂ ବିବାଦୀୟ ପୋଷାକରେ ଦେଖିବାକୁ ମିଳିଥିଲା। ୨୦୧୦ରେ ଏମ୍‌ଟିଭି ଭିଏମ୍‌ଏ ଆୱାର୍ଡରେ ପିନ୍ଧାଯାଇଥିବା ବିବାଦୀୟ ମିଟ୍‌ ଡ୍ରେସ୍‌, ୨୦୧୭ରେ ପିନ୍ଧାଯାଇଥିବା ସୁପରବୋଲ୍ ବଡିସୁଟ୍, କ୍ରୋମାଟିକ୍ ଟି-ସାର୍ଟ, ଆଇକନିକ୍ କାଓବଏ୍‌ ଟୋପି ଏବଂ ଏକ ପୋକର ଫେସ୍‌ ମ୍ୟୁଜିକ୍ ଭିଡିଓ ପୋଷାକ ପରି ୯ଟି ଭିନ୍ନ ଭିନ୍ନ ପୋଷାକରେ ଲେଡି ଗାଗାଙ୍କୁ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.