Latest Odisha News

BREAKING NEWS

କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ ବାବର

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଭାଙ୍ଗି ଦେଇଛନ୍ତି । ଆଇସିସି ଟି୨୦ ବ୍ୟାଟିଂ ର‌୍ୟାଙ୍କିଙ୍ଗରେ ବାବର ସବୁଠାରୁ ଅଧିକ ସମୟ ୧ ନମ୍ବର ସ୍ଥାନରେ ରହିଛନ୍ତି । କୋହଲି ସର୍ବାଧିକ ୧୦୧୩ ଦିନ ପ୍ରଥମ ସ୍ଥାନରେ ରହିଥିଲେ । ବାବର ଏବେ ଏହାକୁ ଅତିକ୍ରମ କରିଛନ୍ତି । ପାକିସ୍ତାନର ମହମ୍ମଦ ରିଜୱାନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କୋହଲି ୨୧ତମ ସ୍ଥାନକୁ ଖସି ଆସିଛନ୍ତି ।

ପ୍ରଥମ ୧୦ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଈଶାନ କିଶାନ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ସେ ୭ମ ସ୍ଥାନରେ ରହିଛନ୍ତି । କୋହଲିଙ୍କ ଖରାପ ଫର୍ମ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ବାବର ତାଙ୍କର ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛନ୍ତି ।

Leave A Reply

Your email address will not be published.