Latest Odisha News

BREAKING NEWS

ବହୁମତ ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଂକଟ ଭିତରେ ବଡ଼ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯଦି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ତାଙ୍କ ବିପକ୍ଷରେ ଯାଏ ତ ସେ ବହୁମତ ପରୀକ୍ଷା ପୂର୍ବରୁ ଇସ୍ତଫା ଦେଇ ପାରନ୍ତି । ଫଳରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମହାରାଷ୍ଟ୍ରର ରାଜନୈତିକ ସଂକଟର ମୋଡ଼ ବଦଳାଇ ଦେବ ବୋଲି ଆଶା କରାଯାଉଛି ।

ଏବେ ଯାଏ ଯଦିଓ କୌଣସି ବିଧିବଦ୍ଧ ମନ୍ତବ୍ୟ ଆସି ନାହିଁ । କିନ୍ତୁ କୁହାଯାଉଛି କ୍ୟାବିନେଟ୍ ବୈଠକରେ ଉଦ୍ଧବ ସୂଚନା ଦେଇଛନ୍ତି ସେ ଇସ୍ତଫା ଦେଇ ପାରନ୍ତି । କିନ୍ତୁ ସବୁକିଛି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ଯଦି ବହୁମତ ପରୀକ୍ଷା ଏବେ ହେବ ନାହିଁ ତ ମୁଖ୍ୟମନ୍ତ୍ରୀ ପଦରେ ଉଦ୍ଧବ ସେମିତି ରହିବେ । କିନ୍ତୁ ଯଦି କୋର୍ଟ ଆଦେଶ ଦିଅନ୍ତି ତ ଉଦ୍ଧବଙ୍କ ପାଖରେ ଇସ୍ତଫା ହିଁ ବିକଳ୍ପ ।

ଉଦ୍ଧବ ଆହୁରି କହିଛନ୍ତି, ନିଜ ଲୋକ ହିଁ ତାଙ୍କୁ ଧୋକା ଦେଇଛନ୍ତି । ସୂଚନାଯୋଗ୍ୟ, ଏକନାଥ ସିନ୍ଦେ ୪୦ରୁ ଅଧିକ ବିଧାୟକଙ୍କୁ ନେଇ ଏକ ଗୋଷ୍ଠୀ ଗଢ଼ିଛନ୍ତି । ରାଜ୍ୟପାଳ ଆସନ୍ତାକାଲି ବହୁମତ ସାବ୍ୟସ୍ତ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିବା ବେଳେ ଶିବସେନା ସୁ୍ପ୍ରିମକୋର୍ଟ ଯାଇଛି । ନଜର ବହୁମତ ପରୀକ୍ଷା ଉପରେ କଣ ରାୟ ଦେଉଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.