ଚଣ୍ଡିଗଡ଼: ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ଅସଫଳ ହୋଇଥିବା ଚାମ୍ପିୟନ ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗାଟ ରାଜ୍ୟ କ୍ରୀଡ଼ା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି।
ସେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଶ୍ରୀମତୀ ଫୋଗାଟ ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
କ୍ରୀଡ଼ା ବିଭାଗର ମୁଖ୍ୟ ସଚିବଙ୍କୁ ଶ୍ରୀମତୀ ଫୋଗାଟ ଏକ ସଂକ୍ଷିପ୍ତ ଚିଠିରେ ସେ କହିଛନ୍ତି ଯେ ସେ ନ ଏଡାଯାଇପାରିବା ପରିସ୍ଥିତି କାରଣରୁ ଇସ୍ତଫା ଦେଇଛନ୍ତି।
ସେ ଲେଖିଛନ୍ତି ଯେ- ମୁଁ ନିକଟରେ କ୍ରୀଡ଼ା ବିଭାଗରେ ଡେପୁଟି ଡାଇରେକ୍ଟର ଭାବରେ ଯୋଗ ଦେଇଥିଲି କିନ୍ତୁ କିଛି ଅସ୍ୱାଭାବିକ ପରିସ୍ଥିତି ହେତୁ ମୁଁ ମୋର ସେବା ଜାରି ରଖି ପାରିବି ନାହିଁ।
ହରିୟାଣାର ସୋନିପାଟରେ ବରୋଦା ଆସନ ପାଇଁ ଉପନିର୍ବାଚନ ନଭେମ୍ବର ୩ ରେ ଧାର୍ଯ୍ୟ କରାଯାଇଛି। ୨୦୦୯ରୁ ଏହି ସିଟ ରେ କଂଗ୍ରେସର ଶ୍ରୀ କିଷ୍ଣାନ ହୁଡ଼ା ଜିତି ଆସୁଛନ୍ତି ।
ମୋଦିଙ୍କୁ ନିଜ ଆଦର୍ଶ ମାନୁ ଥିବା ବବିତା ଫୋଗାଟ ନିର୍ବାଚନ ଲଢ଼ିପାରନ୍ତି ତେଣୁ କ୍ରୀଡା ବିଭାଗରୁ ବିନା କାରଣରେ ଇସ୍ତଫା ଦେଇଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
Comments are closed.