Latest Odisha News

BREAKING NEWS

ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ହେବେ ହନୁମାଙ୍କଡ

ଆଗ୍ରା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପରିବାରର ସୁରକ୍ଷା ଦାୟିତ୍ୱ ଆମେରିକୀୟ ସିକ୍ରେଟ ସର୍ଭିସ ପାଖରେ ରହିବ । କିନ୍ତୁ ବାହ୍ୟ ସୁରକ୍ଷା ଦାୟିତ୍ୱ ଏନଏସଜି ଓ ଉତ୍ତର ପ୍ରଦେଶ ପୋଲିସ ପାଖରେ ରହିବ ।

ସୁରକ୍ଷା କଡାକଡି ହେବା ସତ୍ୱେ ସୁରକ୍ଷା ଏଜେନ୍ସିର ବଡ ଚିନ୍ତାର କାରଣ ହେଉଛନ୍ତି ମାଙ୍କଡ ପଲ । ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ନହେଉ ସେଥିପାଇଁ ବିଶେଷ ଭାବରେ ହନୁମାଙ୍କଡଙ୍କୁ ନିୟୋଜିତ କରାଯାଉଛି । ଯଦ୍ୱାରା ମାଙ୍କଡଙ୍କ ଉତ୍ପାତକୁ ରୋକାଯାଇପାରିବ । ଏମିତି ୫ଟି ହନୁମାଙ୍କଡଙ୍କ ନିଯୁକ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ରାସ୍ତାରେ କରାଯାଉଛି ।

ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୪ରେ ସପରିବାର ସହ ଭାରତ ଗସ୍ତରେ ଆସୁଛନ୍ତି । ସୁରକ୍ଷା ପାଇଁ ୧୦ କମ୍ପାନୀ ଅର୍ଦ୍ଧସୈନିକ ବଳ, ୧୦ କମ୍ପାନୀ ପିଏସସି ସହିତ ଏଟିଏସ ଓ ଏନଏସଜିର କମାଣ୍ଡୋଙ୍କୁ ନିଯୁକ୍ତି କରାଯିବ । ଗୋଟିଏ କମ୍ପାନୀରେ ପାଖାପାଖି ୧୦୦ଜଣ ଯବାନ ଥାଆନ୍ତି ।

Leave A Reply

Your email address will not be published.