ଭୁବନେଶ୍ବର: ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥି ବାବୁସାନ ମହାନ୍ତିଙ୍କ ‘ବୋଉ ବୁଟୁ ଭୂତ’ର କ୍ରେଜ ଦେଖିବାକୁ ମିଳିଛି । ଏହି ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ୭କୋଟିରୁ ଅଧିକ ଆୟ କରିଛି । ବାବୁସାନ ବ୍ୟତୀତ ଏଥିରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଅପରାଜିତାଙ୍କୁ ଦେଖିବାକୁ ମିଳିଛି । ତେବେ ନିର୍ମାତାଙ୍କ ଅନୁଯାୟୀ ଫିଲ୍ମର ଏକ ସପ୍ତାହରେ ମୋଟ ୭. ୧୫କୋଟି ଆୟ କରିଛି ।
ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର ସପ୍ତାହକ କଲେକ୍ସନର ଡାଟା ସେୟାର କରିଛନ୍ତି । ପ୍ରଥମ ସପ୍ତାହରେ ୭.୧୫ କୋଟି ଆୟ କରିଛି (ପ୍ରି-ରିଲିଜ୍ + ୮ ଦିନର ୬୭.୫ ଲକ୍ଷ ସଂଗ୍ରହ ଅନ୍ତର୍ଭୁକ୍ତ) ।
ଏହି ଫିଲ୍ମରେ ‘ଲାଲ ଟୁକ ଟୁକ’ ଗୀତ ଗାଇଛନ୍ତି ଅପରାଜିତା ଓ ‘ଓଦା ଲାଗେ’ ଗୀତ ଗାଇଛନ୍ତି ବାବୁସାନ ଓ ଶୁଭଶ୍ରୀ ଜେନା । ଏହି ଫିଲ୍ମରେ ଉଭୟ ମା ଓ ପୁଅ ଅପରାଜିତା ଏବଂ ବାବୁସାନ ଅଭିନୟ କରିବା ସହ ଗୀତ ଗାଇଛନ୍ତି । ଏଥିରେ ପ୍ରଥମ ଥର ପାଇଁ ଅପରାଜିତା ମହାନ୍ତି ତାଙ୍କ ପ୍ରଥମ ଗୀତ ‘ଲାଲ ଟୁକ ଟୁକ’ ଗାଇଛନ୍ତି ।
View this post on Instagram
ପୂର୍ବରୁ ଫିଲ୍ମର ଟ୍ରେଲରକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥିଲା ବାବୁସାନ୍ଙ୍କ ନିଜସ୍ୱ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ପତ୍ନୀ ତୃପ୍ତିଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ । ସାରା ଓଡ଼ିଶାର ୬୧ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ସିନେମାକୁ ନେଇ ସମସ୍ତଙ୍କର ଆଶା ଥିଲା । ଯାହା ପ୍ରଥମ ଦିନ ବକ୍ସ ଅଫିସ୍ କଲେକ୍ସନ୍ ରିପୋର୍ଟ ପରେ ପ୍ରମାଣିତ ହୋଇଛି । ପ୍ରଥମ ଦିନରେ ସିନେମା ୫୧.୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛି ।
ସେହିପରି ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, କେକେ, ରବି ମିଶ୍ର, ଅନୁଗୁଳିଆ ବଣ୍ଟି ଓ ଉଦିତ ଗୁରୁ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଜଗଦୀଶ ମିଶ୍ର । କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ମ. ଇମ୍ରାନ । ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଛନ୍ତି ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ।
Comments are closed.