ମୁମ୍ବାଇ: ବଲିଉଡର ଲୋକପ୍ରିୟ ଯୋଡି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଏହି ଯୁବକର ନାମ ମାନୱିନ୍ଦର ସିଂ । ସେ କ୍ୟାଟ୍ରିନାଙ୍କ ବଡ ପ୍ରଶଂସକ ଅଟନ୍ତି । ଭିକ୍କିଙ୍କ ସହ ବିବାହ ପରେ ସୋସିଆଲ ମିଡିଆରେ ସେ କ୍ୟାଟ୍ରିନାଙ୍କୁ ହଇରାଣ କରୁଥିଲେ । ଭିକ୍କି ଶେଷରେ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ । ଆଇପିସି ଧାରା ୫୦୬-୨ ଓ ୩୫୪-ଡିରେ ମାନୱିନ୍ଦରଙ୍କ ବିରୁଦ୍ଧରେ ମାମଲା ରାଜୁ କରାଯାଇଛି । ମେ ୨୯ରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ସିନେମା ଜଗତରେ ଭୟର ବାତାବରଣ ଖେଳିଯାଇଛି । ଏହା ପରେ ସଲମାନ ଖାଁଙ୍କ ଧମକ ଆସିବା ପରେ ପୋଲିସ ମଧ୍ୟ ଏହାକୁ ଗୁରୁତର ସହ ବିଚାର କରୁଛି । କ୍ୟାଟ୍ରିନା ଓ ଭିକ୍କି ଗତ ବର୍ଷ ଡିସେମ୍ବର ୯ରେ ଯୋଧପୁରରେ ବିବାହ କରିଥିଲେ ।
BREAKING NEWS
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ
- ଏସୀୟ କ୍ରୀଡ଼ା ଫାଇନାଲ୍: ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ହାତମିଳାକୁ ନେଇ ସସପେନ୍ସ
- Ken-Betwa Project: ମଧ୍ୟପ୍ରଦେଶ ପାନ୍ନା ଗାଁରେ ଅଭିନବ ପ୍ରତିବାଦ
- ସାହସୀ ପାଇଲଟଙ୍କ ପାଇଁ ବଡ଼ ଘୋଷଣା: ସ୍ମିତ୍ ମଚ୍ଛାର ପାଇବେ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ
- Traffic Fines: ଚାଲାଣ ଭରୁନାହାନ୍ତି କି? ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ, ଲାଇସେନ୍ସରୁ PUC ଯାଏଁ ସବୁ ସେବା ବନ୍ଦ!
- ନିର୍ବାଚନରେ ରାଜନୈତିକ ଦଳ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶିଳ୍ପପତିଙ୍କ ସାହାଯ୍ୟ?
- Actress Pratyusha Banerjee Death case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ
- UPI ଛାଡି ନଗଦ ମୁହାଁ ଲୋକେ? ଚାର୍ଜ ଲାଗିବା ଖବର ପରେ ସର୍ଭେରେ ବଡ ଖୁଲାସା, କ୍ୟାସ୍-କାର୍ଡକୁ ଫେରିବେ ୭୬%!
- ଚୌଦ୍ୱାର ଜେଲ୍ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ
- ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ମନ୍ତ୍ରୀ

Comments are closed.