Latest Odisha News

BREAKING NEWS

ବାବୁସାନ୍-ପ୍ରକୃତି ବିବାଦ ମାମଲା । ପ୍ରକୃତିଙ୍କୁ ପୋଲିସର ଘଣ୍ଟାଏ ଜେରା

ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କ ବୟାନ ପୋଲିସ ରେକର୍ଡ କରିଛି । ପୋଲିସକୁ ଯାହା ଉତ୍ତର ଦେବା କଥା ପ୍ରକୃତି  ଦେଇସାରିଛନ୍ତି ।  ଚେନ୍ନାଇରୁ ଫେରିବା ପରେ ବୟାନ ଦେବା ପାଇଁ ପୋଲିସ କହିଥିଲା । ତେଣୁ ଆଇନ୍ ତା ବାଟରେ ଯିବ ବୋଲି ଆଶା କରୁଛି । ପ୍ରକୃତିଙ୍କ ବିରୋଧରେ ବ୍ଲାକମେଲ୍ ଅଭିଯୋଗ ଆସିଥିଲା ।

ପୂର୍ବ ନୋଟିସ୍ ଆଧାରରେ ପ୍ରକୃତିଙ୍କୁ ଜେରା କରିବାକୁ ମଙ୍ଗଳବାର ତାଙ୍କ ବାସଭବନରେ ପହଞ୍ଚିଥିଲା ଖାରବେଳନଗର ଥାନା ପୋଲିସ । ଦୀର୍ଘ ଏକ ଘଣ୍ଟା କାଳ ପ୍ରକୃତିଙ୍କୁ ଜେରା କରିଛନ୍ତି ମହିଳା ପୋଲିସ ଅଧିକାରୀ । ଏହି ଜେରା ସମୟରେ ପ୍ରକୃତି ମିଶ୍ରଙ୍କ ଅଭିଭାବକ ମଧ୍ୟ ଉପସ୍ଥିତ ରହିଥିଲେ । ପୋଲିସକୁ ଆଗାମୀ ତଦନ୍ତରେ ସହଯୋଗ କରିବା ବୋଲି ପ୍ରକୃତି ପ୍ରତିଶୃତି ଦେଇଛନ୍ତି ବୋଲି ଜେରା କରୁଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିପରି ମନ୍ମଥ ମିଶ୍ର କହିଛନ୍ତି ଯେ, ପ୍ରକୃତିଙ୍କୁ ପୋଲିସ ଯାହା ଯାହା ପଚାରିଛି ସମସ୍ତ ଉତ୍ତର ରଖିଛନ୍ତି ପ୍ରକୃତି । ଆଇନ ନିକଟରୁ ନ୍ୟାୟ ପାଇବି ବୋଲି ଆଶା ରଖିଛି । ଘଟଣା ଘଟିଥିବା ଦିନ ଏବଂ ତା ପରବର୍ତ୍ତୀ ଦିନର ତଥ୍ୟ ସଂଗ୍ରହ କରିଛି ପୋଲିସ । ଶନିବାରର ଘଟଣାକୁ ନେଇ ମୁଁ ଥାନା ଏତଲା କରିଥିଲି । ମୋତେ ପଚାରିଥିଲେ, ଆଜି ପ୍ରକୃତିକୁ ପଚାରିଛନ୍ତି । କାର୍ଯ୍ୟନୁଷ୍ଠା ଆଶା କରୁଛି । ଆଉ ବାବୁ ତୁରନ୍ତ ଘରକୁ ଫେରିଯାଆନ୍ତୁ ବୋଲି କହିଛନ୍ତି ।

Leave A Reply

Your email address will not be published.