Latest Odisha News

BREAKING NEWS

ତେଲୁଗୁ ଫିଲ୍ମରେ ଚମକିବେ ବାବୁଶାନ, ଆସୁଛି ‘ଅନ୍ତର୍ଯ୍ୟାମୀ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ବାବୁଶାନ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଚମକିବେ । ଓଡିଆ ଷ୍ଟାର ବାବୁଶାନ ଆସୁଛନ୍ତି ତାଙ୍କ ତେଲୁଗୁ ଫିଲ୍ମ ପ୍ରଜେକ୍ଟ ‘ଅନ୍ତର୍ଯ୍ୟାମୀ’ ରେ । ଏବେ ଏହାର ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ଓଲିଉଡ ସୁପରଷ୍ଟାର ବାବୁଶାନଙ୍କର ଲୁକ୍ସ ଏବଂ ଚଳଚ୍ଚିତ୍ର ସାଉଥ୍ ଇଣ୍ଡିଆନ (ଦକ୍ଷୀଣ ଭାରତ) ଫିଲ୍ମ ଭଳି ରହିଛି ।

ତେବେ ନିଜ ଫିଲ୍ମକୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାବୁଶାନ । ଆଉ ଏହା ପରେ ଆରମ୍ଭ ହୋଇଯିବ ସୁଟିଂ । ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁର ଟାଉନ ହଲରେ ଏକ କାର୍ଯ୍ୟକ୍ରମରେ ଅଭିନେତା ବାବୁଶାନ ‘ଅନ୍ତର୍ଯ୍ୟାମୀ’ର ପୋଷ୍ଟର ଉନ୍ମୋଚନ କରିଛନ୍ତି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ବାବୁଶାନ । ମୁଖ୍ୟ ଅଭିନେତ୍ରୀ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନଥିବା ବେଳେ ଏହି ଫିଲ୍ମଟି ଓଡିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରର ନିର୍ମାତା ଅମ୍ରିତ୍ ନିଶାଦ ଥିବା ବେଳେ ସହ-ନିର୍ମାତା ହେଉଛନ୍ତି ଇ ରାମା ରାଓ । ଫିଲ୍ମର ନିର୍ଦ୍ଦେଶକ ଶିବା ସତ୍ୟମ ଥିବା ବେଳେ ବେଳେ ସଙ୍ଗୀତ ନିର୍ଦ୍ଦେଶକ ରହିଛନ୍ତି ଜି.ଜେ କାର୍ତ୍ତିକେୟାନ ।

ତେବେ ଆମେ ଯଦି ପୋଷ୍ଚରକୁ ଲକ୍ଷ୍ୟ କରିବା ଗୋଟିଏ ଆକ୍ସସ ଫିଗରରେ ଆସିବାକୁ ଯାଉଛନ୍ତି ବାବୁଶାନ । ଫିଲ୍ମର ପୋଷ୍ଟର ଉପରେ ନଜର ପକାଇଲେ ଦେଖିପାରୁଥିବେ ହାତକଡିରେ ବନ୍ଧାଯାଇଛି ତାଙ୍କ ହାତ । ଏହା ଏକ ଆକ୍ସନ ମୁଭି ହେବ, ଯେଉଁଥିରେ ବାବୁଶାନ ସିରିଅସ ଲୁକରେ ଆସିବେ । ତେବେ ଅପେକ୍ଷା ରହିଲା ବାବୁଶାନଙ୍କ ଫ୍ୟାନ୍ସଙ୍କ ତରଫରୁ ତାଙ୍କର ଫିଲ୍ମ ଅନ୍ତର୍ଯ୍ୟାମୀକୁ ନେଇ ।

 

Leave A Reply

Your email address will not be published.