Latest Odisha News

BREAKING NEWS

ବାଲେଶ୍ୱରରେ ବ୍ରାଉନସୁଗାର ବେପାର, ଜବତ ଧଳା ଜହରର ମୂଲ୍ୟ ୧ କୋଟି ୩୮ ଲକ୍ଷ ଟଙ୍କା

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ରେଲଓ୍ବେ କ୍ରସିଂ ଓଭର ବ୍ରିଜ ନିକଟରୁ ଜବତ ହେଲା ଧଳା ଜହର । କ୍ରାଇମବ୍ରାଞ୍ଚର ଏକ ଏସଟିଏଫ୍ ଟିମ୍ ଅତର୍କିତ ଚଢାଉ କରି ଏହି ରେଡ୍ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାର ୧ କିଲୋ ୩୮୦ ଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ୧ କୋଟି ୩୮ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏସଟିଏଫ୍ ଏହି ମାମଲାରେ ଅଭିଯୁକ୍ତ ଏସ.କେ ରଫିକକୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ ରଫିକ୍ ବାଲେଶ୍ଵର ଅରଡ଼ାବଜାରରେ ରହୁଥିଲା। କିନ୍ତୁ ସେ ପଶ୍ଚିମବଙ୍ଗ ପଞ୍ଚକୁଲର ବାସିନ୍ଦା। ମୁର୍ସିଦାବାଦରୁ ବ୍ରାଉନସୁଗର ଆଣି ରଫିକ ଏଠାରେ ବ୍ରାଉନସୁଗାର ବ୍ୟବସାୟ କରୁଥିଲା। ଏହି ଲିଙ୍କରେ କେଉଁମାନେ ଅଛନ୍ତି ସେ ନେଇ ତଦନ୍ତ ଚାଲିଥିବା କହିଛି ଏସଟିଏଫ।

ଏହା ପୂର୍ବରୁ ତିନୋଟି ମାମଲାରେ ରଫିକ ସଂଶ୍ଳିଷ୍ଟ ରହିଛି ବୋଲି ଏସଟିଏଫ ଏସପି କେକେ ପାଣିଗ୍ରାହୀ କହିଛନ୍ତି। ପୂର୍ବରୁ ବ୍ରାଉନସୁଗର କାରବାର ଅଭିଯୋଗରେ ଗିରଫ ହୋଇ ଜାମିନରେ ଆସିଥିଲା ରଫିକ । ଏବେ ପୁଣିଥରେ ସମାନ ଧନ୍ଦା କରୁଥିବା ବେଳେ ଏସଟିଏଫ ହାବୁଡରେ ପଡ଼ିଛି।

ରାଜ୍ୟରେ ଏବେ ବାଲେଶ୍ବର, ପୁରୀ, ଭୁବନେଶ୍ବର ଏବେ ବ୍ରାଉନସୁଗାର ବ୍ୟବସାୟୀଙ୍କ ଚରାଭୂଇଁ ପାଲଟିଛି। ପଶ୍ଚିମବଙ୍ଗର ପ୍ରବେଶ ପଥ ଜଳେଶ୍ବର ରହିଛି। ଏହି ସ୍ଥାନରୁ ଅଧିକାଂଶ ସମୟରେ ବ୍ରାଉନସୁଗାର ମାଫିଆଙ୍କ ଗିରଫ ସଂପର୍କିତ ଖବର ଆସିଥାଏ।

ଉଲ୍ଲେଖଯୋଗ୍ୟ, ବ୍ରାଉନସୁଗର କାରବାରକୁ ନିୟନ୍ତ୍ରଣ କରିବା ପାଇଁ ୨୦୨୦ରୁ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲା ଏସଟିଏଫ। ଏଯାବତ ଏସଟିଏଫ ୫୭  କିଲୋଗ୍ରାମ ବ୍ରାଉନସୁଗର, ୨୦୨ଗ୍ରାମ କୋକେନ, ୧୧୧ କୁଇଣ୍ଟାଲ ଗଂଜେଇ ଜବତ କରିଥିବା ବେଳେ ୧୫୮ ଜଣ ନିଶା ମାଫିଆବକୁ ଗିରଫ କରିଛି।

Leave A Reply

Your email address will not be published.