Latest Odisha News

ଦେଶରେ ବ୍ୟବହାର ହେଉଥିବା ୪୭% ଆଣ୍ଟିବାୟୋଟିକ୍ସକୁ ଅନୁମତି ମିଳିନି: ଲାନସେଣ୍ଟ

ନୂଆଦିଲ୍ଲୀ: ଦେଶରେ ଆଣ୍ଟିବାୟୋଟିକର ବ୍ୟବହାର ବହୁତ ହେଉଛି। ଯାହାକି ଉଦବେଗଜନକ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବଜାରରେ ମିଳୁଥିବା ଅଧିକାଂଶ ଆଣ୍ଟିବାୟୋଟିକକୁ ମିଳିନି ମଞ୍ଜୁରୀ। କରୋନା ମହାମାରୀ ସମୟରେ ଏବଂ ଏହା ପୂର୍ବରୁ ଭାରତୀୟମାନଙ୍କ ଦ୍ୱାରା ଆଜିଥ୍ରୋମାଇସିନ ଭଳି ଆଣ୍ଟିବାୟୋଟିକ୍ ଔଷଧର ଅତ୍ୟଧିକ ବ୍ୟବହାର ଉପରେ ଏକ ଅଧ୍ୟୟନରେ ଜଣାପଡିଥିଲା। ପରେ ଏପରି ଏକ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ବତର୍କ। ଲାନସେଣ୍ଟ ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକ ମଧ୍ୟରୁ ଅଧିକାଂଶ କେନ୍ଦ୍ରୀୟ ଔଷଧ ନିୟାମକ ଦ୍ୱାରା ଅନୁମୋଦିତ ହୋଇନି । ଅର୍ଥାତ୍ ମଞ୍ଜୁରୀ ମିଳିନି। ଏହି ରିପୋର୍ଟ ସେପ୍ଟେମ୍ବର ୧ରେ ଲାନସେଣ୍ଟ ପତ୍ରିକାରେ ପ୍ରକାଶ ପାଇଛି।

ବୋଷ୍ଟନ ୟୁନିଭର୍ସିଟି ସ୍କୁଲ୍ ଅଫ୍ ପବ୍ଲିକ ହେଲ୍ଥ ସହ ପବ୍ଲିକ ହେଲ୍ଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ନୂଆଦିଲ୍ଲୀରେ ଥିବା ସେନ୍ଥଲି ଗଣେଶ ଏବଂ ଶକ୍ତିଭେଲ ସେଲଭରାଜଙ୍କ ଦ୍ୱାରା ଏହି ଗବେଷଣା କରାଯାଇଛି। ଫାର୍ମା ଟ୍ରାକର ରିପୋର୍ଟକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ପ୍ରାୟ ୫ ହଜାର ଔଷଧ ତିଆରି କରୁଥିବା କମ୍ପାନୀ ଓ ୯ ହଜାର ଷ୍ଟକିଷ୍ଟଙ୍କ ଠାରୁ ଡାଟା ସଂଗ୍ରହ କରାଯାଇଛି।

ଅନୁଧ୍ୟାନରୁ ଜଣାପଡିଛି ଯେ ଆଜିଥ୍ରୋମାଇସିନ ୫୦୦ ଏମଜିକୁ ସର୍ବାଧିକ ଲୋକ ବ୍ୟବହାର କରିଥିାବେ ବେଳେ  ଏହା ତଳକୁ ସେଫିକ୍ସିମି ୨୦୦ ଏମଜି ଟାବଲେଟ୍ ରହିଛି। ଯଦିଓ ଭାରତରେ ଆଣ୍ଟିବାୟୋଟିକ୍ସର ପ୍ରତି ବ୍ୟକ୍ତି ଘରୋଇ କ୍ଷେତ୍ରର ବ୍ୟବହାର ହାର ଅନେକ ଦେଶ ତୁଳନାରେ ଅପେକ୍ଷାକୃତ କମ୍, ତଥାପି ଭାରତ ବହୁ ପରିମାଣର ଏବେ ଆଣ୍ଟିବାୟୋଟିକ୍ସ ବ୍ୟବହାର ହେଉଛି । ଯାହା କମ୍ ବ୍ୟବହାର କରାଯିବା ଉଚିତ ବୋଲି ଏହି ଅଧ୍ୟୟନରେ କୁହାଯାଇଛି।

ଅଧ୍ୟୟନରେ କୁହାଯାଇଛି ଯେ ଜାତୀୟ ଏବଂ ରାଜ୍ୟସ୍ତରୀୟ ଏଜେନ୍ସିଗୁଡ଼ିକ ମଧ୍ୟରେ ନିୟାମକ କ୍ଷମତାର ଓଭରଲେପ୍ ଦେଶରେ ଆଣ୍ଟିବାୟୋଟିକ୍ସ ଉପଲବ୍ଧତା, ବିକ୍ରୟ ଏବଂ ବ୍ୟବହାରକୁ ଜଟିଳ କରିଥାଏ। ଘରୋଇ କ୍ଷେତ୍ରରେ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ ଔଷଧ ମଧ୍ୟରୁ ୪୭ ପ୍ରତିଶତକୁ କେନ୍ଦ୍ରୀୟ ଡ୍ରଗ ନିୟାମକଙ୍କ ମଞ୍ଜୁରୀ ମିଳିପାରି ନାହିଁ।

Leave A Reply

Your email address will not be published.