ଭୁବନେଶ୍ୱର: ପ୍ରକୃତିପ୍ରେମୀଙ୍କ ପାଇଁ ବଡ ଖବର। ଭୁବନେଶ୍ୱର ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଜନ୍ମ ନେଇଛି ଏକ ସିମ୍ପାଞ୍ଜି ଶାବକ। ଫଳରେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ମା’ ଏବଂ ଛୁଆଙ୍କୁ ଅଲଗା ରଖାଯାଇଛି। ଏକ ଡାକ୍ତରୀ ଟିମ୍ଙ୍କ ତତ୍ତ୍ୱାବଧାନରେ ମା’ ଏବଂ ଛୁଆଙ୍କୁ ଯତ୍ନ ନିଆଯାଉଥିବା ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶ ଥାଉକି, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୯୯୪ ମସିହାରେ ସିଙ୍ଗାପୁରରୁ ଏକ ମାଈ ଏବଂ ଅଣ୍ଡିରା ସିମ୍ପାଞ୍ଜି ଅଣାଯାଇଥିଲା। ୨୦୧୧ରେ ସେମାନେ ଦୁଇଟି ଶାବକ ଜନ୍ମ ଦେଇଥିଲେ।
ନୂଆବର୍ଷକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଏହି ସିମ୍ପାଞ୍ଜି ଶାବକ ଜନ୍ମ ନେବା ଖବର ସାମନାକୁ ଆସିଛି।
Comments are closed.