Latest Odisha News

BREAKING NEWS

ମାଷ୍ଟରକ୍ୟାଣ୍ଟିନରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି ରାଜଭବନକୁ ଉଠିଯିବ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତି ସ୍ଥାନାନ୍ତର ହେବ । ରାଜଭବନ ଛକକୁ ଏହାକୁ ସ୍ଥାନାନ୍ତର କରାଯିବ । ସ୍ମାର୍ଟ ସିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ପ୍ରଶସ୍ତୀକରଣ କରିଯାଉଥିବାରୁ ଘୋଡ଼ାକୁ ସ୍ଥାନାନ୍ତର କରାଯିବ । ଛଅ ମାସ ତଳେ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲା ସ୍ମାର୍ଟ ସିଟି । ପ୍ରସ୍ତାବ ଉପରେ ସଂସ୍କୃତି ବିଭାଗ ମୋହର ମାରିଛି ।

ଏହି ପ୍ରକ୍ରିୟା ପାଇଁ ପାଖାପାଖି ମାସେ ସମୟ ଲାଗିବ । ସ୍ମାର୍ଟ ଜନପଥ କାର୍ଯ୍ୟରେ ମାଷ୍ଟରକ୍ୟାଣ୍ଟିନରେ ମଲଟି ମୋଡାଲ ହବ୍ ନେଇ ଯୋଜନା ରହିଛି । ଏଥିପାଇଁ ଘୋଡ଼ାକୁ ସ୍ଥାନାନ୍ତରଣ କରାଯିବା ଜରୁରୀ ବୋଲି କହିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ । କାରଣ ମଲଟି ମୋଡାଲ ହବ୍ ହେବା ପରେ ମାଷ୍ଟରକ୍ୟାଣ୍ଟିନ ଛକରେ ଏହି ଘୋଡା ଆଉ ଅଧିକ ଦୃଶ୍ୟମାନ ହେବ ନାହିଁ । ଏହି ସ୍ଥପତ୍ୟ ଲୁଚିଯିବାର ସମ୍ଭାବନା ଥିବାରୁ ଏହାକୁ ସ୍ଥାନାନ୍ତରଣ  କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ସ୍ମାର୍ଟସିଟି ପାଇଁ ମାଷ୍ଟରକ୍ୟାଂଟିନରେ ଥିବା ଘୋଡା ପ୍ରତିମୁର୍ତ୍ତି ହଟାଇବା ନିଷ୍ପତ୍ତିକୁ ବିରୋଧ ଆରମ୍ଭ ହୋଇଛି । କଂଗ୍ରେସ ବିଧାୟକ ସୁର ରାଉତରାୟ ସେହି ସ୍ଥାନକୁ ଯାଇଥିଲେ । ସେ କହିଛନ୍ତି, ସେଠାରୁ ଘୋଡା କୁଆଡେ ଯିବ ନାହିଁ । ଅନ୍ୟତ୍ର ସ୍ଥାନାନ୍ତରଣ ନିଷ୍ପତ୍ତିକୁ ସେ ବିରୋଧ କରିଛନ୍ତି ।

Leave A Reply

Your email address will not be published.