Latest Odisha News

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଖି ବୁଜିଲା ‘ଅଭି’

ଭୁବନେଶ୍ବର: ପୁଣି ଗଲା ଏକ ହାତୀର ଜୀବନ । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୭ ମାସର ଅଣ୍ଡିରା ହାତୀ ଶାବକ ‘ଅଭି’ର ମୃତ୍ୟୁ ହୋଇଛି । ହରପିସ୍‌ ସଂକ୍ରମଣରେ ‘ଅଭି’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ହେବ ଅସୁସ୍ଥ ଥିବାରୁ ‘ଅଭି’ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା ।

ଖବର ମୁତାବକ, ଶାବକ ହାତୀର ଶରୀରରେ ତାପମାତ୍ରା ବୃଦ୍ଧି ପାଇବା କାରଣରୁ ଗତ ଗୁରୁବାର ଠାରୁ ତାର ଚିକିତ୍ସା ଚାଲିଥିଲା । ଯାହାକୁ ନେଇ ସେ ଖାଦ୍ୟ ଖାଇବା ଖାଉନଥିଲା । ସ୍ବାସ୍ଥ୍ୟରେ ସୁଧାର ନଆସିବାରୁ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ରିପୋଟରେ ହରପିସ୍ ପଜିଟିଭ ଆସିଥିଲା ।

ଓୟୁଏଟି ପ୍ରଫେସରଙ୍କ ତତ୍ବବଧାନରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ‘ଅଭି’ର ଚିକିତ୍ସା ଜାରି ରଖିଥିଲେ । ହେଲେ ଆଜି ହାତୀ ଛୁଆଟିର ମୃତ୍ୟୁ ଘଟିଛି ।

ତେବେ ‘ଅଭି’କୁ ଜୁନ୍ ମାସ ୨୫ ତାରିଖ ୨୦୨୩ରେ କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା । ସେହି ସମୟରେ ତାକୁ ମାତ୍ର ୨ ମାସ ବୟସ ହୋଇଥିଲା ।

Leave A Reply

Your email address will not be published.