ଯାଜପୁର : କୂଅରୁ ଉଦ୍ଧାର ହେଲା ହାତୀ ଛୁଆ । ଯାଜପୁର ଦେହୁରିଗଡ଼ ନିକଟରେ ପରିତ୍ୟକ୍ତ କୂୂଅରେ ଖସିପଡ଼ିଥିଲା ହାତୀ ଛୁଆ । ସ୍ଥାନୀୟ ଲୋକ ଏନେଇ ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବଇରୀ ଓ ଚଣ୍ଡିଖୋଲ ବନ କର୍ମଚାରୀମାନେ ପହଞ୍ଚି ୫ ଘଣ୍ଟାର ଉଦ୍ୟମ ପରେ ଜେସିବି ସାହାଯ୍ୟରେ କୂଅ ଭିିତରୁ ହାତୀକୁ ଉଦ୍ଧାର କରିଥିଲେ ।।
ଗତକାଲି ରାତିରେ ମାଆ ହାତୀ ସହ ଛୁଆ ହାତୀଟି ଗ୍ରାମ ଭିତରକୁ ପଶି ଆସିଥିବା ବେଳେ ଘଟିଛି ଏହି ଘଟଣା । ଗତ କିଛି ମାସ ହେବ ବୈରୀ ବନାଞ୍ଚଳ ଅଧିନସ୍ଥ ସମିଆଁ ପଞ୍ଚାୟତ ଦେହୁରିଗଡା ଗ୍ରାମ ନିକଟରେ ଥିବା ପାହାଡ଼ରେ ହାତୀ ପଲ ରହି ସନ୍ଧ୍ୟାରେ ଗ୍ରାମ ମଧ୍ୟକୁ ପ୍ରବେଶ କରି ଗ୍ରାମରେ ଘର ଭାଙ୍ଗିବା ସହ ବହୁ ଧନ ସମ୍ପତ୍ତି ନଷ୍ଟ କରୁଛନ୍ତି।
ଲାଇନ୍ ଖୁଣ୍ଟି ଭାଙ୍ଗିବା, ଗ୍ରାମବାସୀଙ୍କୁ ଆକ୍ରମଣ କରିବା ଓ ଡାଳୁଅ ଧାନ ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହେବା ପରେ ବନ ବିଭାଗ ପକ୍ଷରୁ ହାତୀ ପଲକୁ ଜଙ୍ଗଲ ମଧ୍ୟକୁ ଘଉଡାଇ ଦିଆଯାଇଥିଲା । ତେବେ ଗତକାଲି ରାତିରେ ମାଆ ସହ ଛୁଆ ହାତୀ ଜଙ୍ଗଲରୁ ଗ୍ରାମ ମଧ୍ୟକୁ ପ୍ରବେଶ କରି ବୁଲୁଥିଲା।
ଏହି ସମୟରେ ଗ୍ରାମର ଏକ ମୁକୁଳା କୂଅରେ ହାତୀ ଛୁଆଟି ପଡିଯିବାର ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ କୁଅକୁ ଖୋଳି ୫ ଘଂଟାର ପରିଶ୍ରମ ପରେ ହାତୀ ଛୁଆକୁ କୂଅରୁ ଉଦ୍ଧାର କରାଯାଇଥିଲା।