Latest Odisha News

BREAKING NEWS

୧୦ ଘଣ୍ଟା ପରେ କୂଅ ଭିତରୁ ହାତୀ ଛୁଆ ଉଦ୍ଧାର

ବାରିପଦା: ୧୦ ଘଣ୍ଟା ପରେ କୂଅ ଭିତରେ ଖସି ପଡ଼ିଥିବା ଛୁଆ ହାତୀ ଉଦ୍ଧାର ।ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ୍ ସୁରେଇଡ଼ିହି ଗାଁ କୂଅରେ ଖସିପଡ଼ିଥିବା ହାତୀ ଛୁଆ ଆଜି ଉଦ୍ଧାର ହୋଇଛି। ଦୀର୍ଘ ୧୦ ଘଣ୍ଟା ପରେ ବନବିଭାଗ ଓ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର ହୋଇଛି ଛୁଆ ହାତୀ। କୂଅରେ ପାଣି ଭର୍ତ୍ତି କରିବା ପରେ ପରେ ହାତୀ ଛୁଆକୁ ଉଠାଇ ନେଲେ ହାତୀପଲ ।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସୁରେଇଡିହି ଗାଁରେ ଗତକାଲି ବିଳମ୍ବିତ ରାତିରେ କୂଅ ଭିତରେ ଛୁଆ ହାତୀଟି ଖସିପଡ଼ିଥିଲା । ଏହି ଘଟଣା ପରେ କୂଅ ଚାରିପଟେ ହାତୀ ପଲ ଘେରି ରହିଥିଲେ। ଫଳରେ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଥିଲା ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନ ବିଭାଗ ଟିମ୍ । ଛୁଆ ହାତୀଟିକୁ କୂଅ ଭିତରକୁ ଉଦ୍ଧାର କରିବାକୁ ସରଞ୍ଜମ ଧରି ପହଞ୍ଚିଥିଲେ । ହାତୀପଲ ବନବିଭାଗର ଏକ ଗାଡ଼ି ସହ ୫ଟି ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.