Latest Odisha News

‘ନୈନ୍‌ ମଟକ୍କା’ରେ ବରୁଣ-କିର୍ତ୍ତୀଙ୍କ ଦମଦାର କେମେଷ୍ଟ୍ରି, ଦିୱାନା ହେଲେ ଫ୍ୟାନ୍ସ

ମୁମ୍ବାଇ: ଚର୍ଚ୍ଚାରେ ଅପ୍‌କମିଙ୍ଗ ଆକ୍ସନ୍‌-ଥ୍ରିଲର ଫିଲ୍ମ ‘ବେବି ଜନ୍‌’। ଫିଲ୍ମରେ ଦିଲଜିତ ଦୋସାଞ୍ଜ ଗାଇଥିବା ଗୀତ ‘ନୈନ୍‌ ମଟକ୍କା’ ସୋସିଆଲ ମିଡିଆ ସେନ୍‌ସେସନ୍‌ ପାଲଟିଛି। ଏହି ଗୀତକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ‘ବେବି ଜନ’ର ଗୀତ ନୈନ ମଟକ୍କା ରିଲିଜ୍ ହେବା ପରେ ବରୁଣ-କିର୍ତ୍ତୀଙ୍କ ଦମଦାର କେମେଷ୍ଟ୍ରି ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଛି।

ତେବେ, ଏହା ଜରିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ସାଉଥ୍‌ ସୁନ୍ଦରୀ କୀର୍ତ୍ତି ସୁରେଶ ଓ ବରୁଣ ଧୱନ। ପଞ୍ଜାବୀ ଅନ୍ଦାଜ୍‌ରେ ଦିଲଜିତଙ୍କ ନୈନ୍‌ ମଟକ୍କାକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଗୀତରେ ବରୁଣଙ୍କ ଏନର୍ଜିକୁ କୀର୍ତ୍ତି ପୂରାପୂରି ମ୍ୟାଚ୍‌ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କାଲିସ୍‌। ଗୀତରେ ପଞ୍ଜାବୀ ବିଟ୍‌ ଓ ତେଲୁଗୁ ମ୍ୟୁଜିକ୍‌ର ଫେଣ୍ଟାଫେଣ୍ଟି ସ୍ୱାଦ ରହିଛି।

ଏଥିରେ କୀର୍ତ୍ତି ଓ ବରୁଣଙ୍କ ଏନର୍ଜି ଇଣ୍ଟର୍‌ନେଟ୍‌ରେ ଚହଳ ପକାଇଛି। ଏଥିସହ ଦିଲଜିତଙ୍କ ଏଣ୍ଟ୍ରି ମାହୋଲକୁ ଆହୁରି ଦମ୍‌ଦାର କରିଛି। ବରୁଣ, ଦିଲଜିତ ଓ କୀର୍ତ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମଜାଦାର ରିଲ୍‌ ଜରିଆରେ ଗୀତ ରିଲିଜ୍‌ ବିଷୟରେ ଘୋଷଣା କରିଛନ୍ତି। ବରୁଣ-କୀର୍ତ୍ତିଙ୍କ କେମିଷ୍ଟ୍ରିକୁ ସୋସିଆଲ ମିଡିଆ ୟୁଜର୍‌ଙ୍କ ପ୍ରତିକ୍ରିୟା ଆହୁରି ଖାସ୍‌ କରିଛି। ଫିଲ୍ମରେ ବରୁଣ ଜଣେ ପୁଲିସ ଅଫିସର ଏବଂ ଏକାକୀ ପ୍ରତିପାଳନ କରୁଥିବା ଜଣେ ସନ୍ତାନର ବାପା ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହ ଜ୍ୟାକି ଶ୍ରଫ୍‌, ୱାମିକା ଗାବି ଓ ରାଜପାଲ ଯାଦବ ଅଭିନୟ କରିଛନ୍ତି। ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆଟ୍‌ଲି।  କ୍ରିସ୍‌ମାସ ଅବସରରେ ଏହି ଫିଲ୍ମ ରିଲିଜ ହେବ।

 

Leave A Reply

Your email address will not be published.