Latest Odisha News

BREAKING NEWS

‘ଡେସ୍ପାସିଟୋ’କୁ ପଛରେ ପକାଇଲା ନର୍ସରୀ ରାଇମ୍ସ “ବେବି ସାର୍କ” !

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ନୂଆ ମାଇଲଖୁଣ୍ଟ ସ୍ଥାପନ କଲା ନର୍ସରୀ ରାଇମ୍ସ ବେବି ସାର୍କ । ଦକ୍ଷିଣ କୋରିଆ କମ୍ପାନୀ ପିଙ୍କଫୋଙ୍ଗ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଗୀତଟି ୟୁଟ୍ୟୁବରେ ସବୁଠୁ ଅଧିକ ଦେଖାଯାଇଥିବା ଭିଡିଓ ଭାବେ ରେକର୍ଡ କରିଛି । ତାଜା ସ୍ଥିତିରେ ଏହି ଭିଡିଓର ଭିୟର୍ସିପ ୭ ବିଲିୟନରୁ ଅଧିକ ରହିଛି ।

Courtesy: YouTube, Pinkfong! Kids’ Songs & Stories

ରେକର୍ଡ ସଂଖ୍ୟକ ଭିୟର୍ସିପ ସହ ବେବି ସର୍କ ରାଇମ୍ସ ଡେସ୍ପାସିଟୋ ଗୀତକୁ ପଛରେ ପକାଇଦେଇଛି । ୨୦୧୭ରେ ରିଲିଜ୍ ହୋଇଥିବା ଲୁଇସ୍ ଫୋନ୍ସି ଓ ଡାଡି ୟଙ୍କିଙ୍କ ମ୍ୟୁଜିକ ଭିଡିଓର ତାଜା ଭିୟର୍ସିପ୍ ୭.୩ ବିଲିୟନ୍ ରହିଛି । ହେଲେ ବେବି ସାର୍କ ରାଇମ୍ସକୁ ବର୍ତ୍ତମାନ ସୁଦ୍ଧା ୭.୫ ବିଲିୟନ ଲୋକେ ଦେଖିସାରିଲେଣି ।

Courtesy: YouTube, Luis Fonsi

୨୦୧୬ରେ ରିଲିଜ୍ ହୋଇଥିଲେ ବି ବେବି ସାର୍କ ରାଇମ୍ସ କରୋନା ମହାମାରୀ ସମୟରେ ଛୋଟ ପିଲାଙ୍କ ନିକଟରେ ଅଧିକ ଲୋକପ୍ରିୟ ହୋଇପାରିଥିଲା । ଏହି ଗୀତଟିକୁ କୋରିଆନ-ଆମେରିକୀୟ ଗାୟକ ହୋପ୍ ସିଗୋନ୍ ନିଜ ସ୍ୱରରେ ସଜାଇଥିଲେ ।

Leave A Reply

Your email address will not be published.