ମୁମ୍ବାଇ: ସମୟ ଥିଲା ଯେତେବେଳେ ଅଭିନେତ୍ରୀ ମନୀଷା କୋଇରାଲା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଗଣିତ ସିନେପ୍ରେମୀ ପାଗଳ ହୋଇଯାଉଥିଲେ । କିନ୍ତୁ ପରେ ସମୟ ଏପରି ମୋଡ ନେଲା ଯେ, ରାଜପରିବାରରୁ ଆସି କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ରରୁ ରାତାରାତି ତାରକା ପାଲଟିଥିବା ମନୀଷା ନିଜର ଛୋଟ ଭୁଲ ପାଇଁ କ୍ୟାରିୟରକୁ ବରବାଦ କରି ଦେଲେ । ଘଟଣାଟି ଏମିତି ।
୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସୌଦାଗର’ରୁ ମନୀଷା କୋଇରାଲା ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ଦର୍ଶକ ପସନ୍ଦ କରିବା ସହ ମନୀଷାଙ୍କ ନିଖୁଣ ଅଭିନୟକୁ ପସନ୍ଦ କରିଥିଲେ । ଚଳଚ୍ଚିତ୍ରଟି ହିଟ୍ ମଧ୍ୟ ହୋଇଥିଲା । ପ୍ରଥମ ଚଳଚ୍ଚିତ୍ରରୁ ସେ ରାତାରାତି ତାରକା ପାଲଟିଯାଇଥିଲେ । ତାଙ୍କ ପାଖକୁ ଅଫରର ସୁଅ ଛୁଟିଲା । ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ୧୯୪୨-ଏ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ମନୀଷାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ପରେ ସେ କ୍ରାଇମ୍ବ୍ରାଞ୍ଚ, ବମ୍ବେ, ଅକେଲ୍ ହମ୍ ଅକେଲ ତୁମ୍, ଦୁଷ୍ମନ, ଗୁପ୍ତ, ମନ୍, ଦିଲ୍ ସେ ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । କେବଳ ହିନ୍ଦି ଚଳଚ୍ଚିତ୍ରରେ ନୁହେଁ, ଦକ୍ଷିଣ, ନେପାଳୀ, ବଙ୍ଗାଳୀ ଓ ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଭଲପାଇବା ତିଆରି କରିପାରିଥିଲେ ।
ଏହା ପରେ ହଠାତ୍ ତାଙ୍କ କ୍ୟାରିୟର ଭିନ୍ନ ମୋଡ଼ ନେଲା । ଅଭିନୟ କ୍ୟାରିୟର ଅପେକ୍ଷା ନିଶା ସେବନ ଅଭ୍ୟସ୍ତ ହୋଇଗଲେ ମନୀଷା । ଧୀରେ ଧୀରେ ଦର୍ଶକଙ୍କଠାରୁ ଦୂରେଇବାକୁ ମଧ୍ୟ ଲାଗିଲେ । କ୍ୟାରିୟରର ଶିଖରରେ ପହଞ୍ଚିବା ପରେ ଯେତେବେଳେ ମନୀଷା ନିଶା ସେବନ କଲେ, ଅନେକ ଭଲ ଅଫର ମଧ୍ୟ ତାଙ୍କ ହାତରୁ ଚାଲିଗଲା । ଏହି ଛୋଟ ଭୁଲ ତାଙ୍କ ଅଭିନୟ କ୍ୟାରିୟରକୁ ନଷ୍ଟ କରିଦେଲା । ୨୦୧୨ ମସିହାରେ ମନୀଷା କର୍କଟ ରୋଗରେ ଆକ୍ରାନ୍ତ ବୋଲି ଜାଣିବାକୁ ପାଇଲେ । ପ୍ରାୟ ଚାରି ବର୍ଷ ଧରି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ମଧ୍ୟ ହେଲେ । ଶେଷରେ କର୍କଟ ରୋଗକୁ ପରାସ୍ତ କରି ଏକ ନୂତନ ଜୀବନ ଆରମ୍ଭ କଲେ । ପୁଣି ଫିଲ୍ମ ଦୁନିଆକୁ ଫେରିଲେ । ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ‘ସଞ୍ଜୁ’ରେ ତାଙ୍କୁ ଦେଖିବାକୁ ମିଳିଲା । ଏବେ ମନୀଷା ତାଙ୍କ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତିି । ଅନେକ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଛନ୍ତି । ଆଗକୁ କାର୍ତ୍ତିକ ଆର୍ଯ୍ୟରଙ୍କ ଫିଲ୍ମ ‘ଶେହଜାଦା’ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମନୀଷାଙ୍କୁ ଦେଖିବାକୁ ମିଳିବ ।
BREAKING NEWS
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
- ଟି୨୦ ବିଶ୍ୱକପ: ଦ୍ରୁତ ଶତକ ହାସଲ କରିଥିବା ୫ ବ୍ୟାଟ୍ସମ୍ୟାନ
- ରଣବୀରଙ୍କୁ ଅନଫଲୋ କଲେ ଫରହାନ
- Pan Masala Not Banned In Odisha: ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
- ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅଭିନେତାଙ୍କ ବିରୋଧରେ ଚାଲିବ ମାମଲା
- କିସ୍ତୱାଡ଼ରେ ସେନା-ଜୈସ୍ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍ ସେବା ବନ୍ଦ
Comments are closed.