Latest Odisha News

ମାଇକେଲ ଜ୍ୟାକସନଙ୍କ ଜୀବନୀ: ମୂଖ୍ୟ ରୋଲରେ ପୁତୁରା ଜାଫର ଜ୍ୟାକସନ

ଲଣ୍ଡନ: ବିଶ୍ୱର ସବୁଠାରୁ ଲୋକପ୍ରିୟ ପପ ଗାୟକ ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଖୁବ ଶୀଘ୍ର ଫିଲ୍ମ ହେବାକୁ ଯାଉଛି । ଜିକେ ଷ୍ଟୁଡିଓ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସ୍ୱର୍ଗତଃ ଜ୍ୟାକସନଙ୍କ ଭୂମିକାରେ ତାଙ୍କ ପୁତୁରା ଜାଫର ଜ୍ୟାକସନ ଅଭିନୟ କରିବେ । ଜାଫର ଏଥିନେଇ ୬ମାସ ହେବ କଠିନ ପରିଶ୍ରମ କରୁଛନ୍ତି । ତାଙ୍କ ଚେହେରା ଏବଂ ସ୍ୱର ମାଇକେଲଙ୍କ ସହ ମେଳ ଖାଉଥିବାରୁ ଆମେ ଜାଫରଙ୍କୁ ଚୟନ କରିଛୁ ବୋଲି ମାଇକେଲ ଜ୍ୟାକସନ ଇଷ୍ଟେଟର ଏକଜିକ୍ୟୁଟର ଜନ ବ୍ରାଙ୍କୋ କହିଛନ୍ତି । ମାଇକେଲଙ୍କ ବଡ ଭାଇ ଜର୍ମେନ ଜ୍ୟାକସନଙ୍କ ପୁଅ ହେଉଛନ୍ତି ଜାଫର ।

ସେ ଜଣେ ଭଲ ଗାୟକ ସହ ଫିଲ୍ମ ପ୍ରଡ୍ୟୁସର କାମ କରନ୍ତି । ଜାଫର ମଧ୍ୟ କକାଙ୍କ ଭୂମିକା ନେଇ ବେଶ ଉତ୍ସାହିତ ବୋଲି କହିଛନ୍ତି । ତାଙ୍କ କାହାଣୀ ମୋ ମାଧ୍ୟମରେ ସାରା ଦୁନିଆ ଜାଣିବ । ସେଥିପାଇଁ ମୁଁ ମନପ୍ରାଣ ଦେଇ କାମ କରୁଛି ବୋଲି କହିଛନ୍ତି । ମାଇକେଲଙ୍କ ମାଆ ମଧ୍ୟ ଜାଫରଙ୍କୁ ଚୟନ କରାଯିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.