Latest Odisha News

BREAKING NEWS

ଭାରତୀୟ ଦଳକୁ ବଡ଼ ଝଟକା, ଆହତ ଯୋଗୁଁ ଟିମରୁ ବାଦ ପଡ଼ିଲେ ଧାୱନ…

ଲଣ୍ଡନ: ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିରୁଦ୍ଧ ମ୍ୟାଚରେ ଧୁଆଁଧାର ଶତକ ଅର୍ଜନ କରି କଙ୍ଗାରୁଙ୍କୁ ଧୁଳି ଚଟାଇଥିବା ଶିଖର ଧାୱନ ଏବେ ଆହତ । ଆସନ୍ତା ତିନି ସପ୍ତାହ ଲାଗି ସେ ଦଳ ଲାଗି ମ୍ୟାଚ ଖେଳିପାରିବେନି । ଆହତ ଜନିତ କାରଣରୁ ଶିଖର ଆସନ୍ତା ତିନି ସପ୍ତାହ ଧରି କ୍ରିକେଟ ଖେଳିପାରିବେନି । ସବୁଠୁ ବଡ଼ କଥା ହେଲା ବିଶ୍ୱକପରୁ ଧାୱନ ଏକପ୍ରକାର ବାଦ ପଡ଼ିଲେ ବୋଲି ଧରିନିଆଯାଇଛି । କାରଣ ଏହି ତିନିସପ୍ତାହ ମଧ୍ୟରେ ଭାରତ ବିଶ୍ୱକପରେ ଯେଉଁ ମ୍ୟାଚ ଗୁଡ଼ିକ ଖେଳିବାକୁ ଯାଇଛି ସେହି ସମସ୍ତ ମ୍ୟାଚ ଗୁଡ଼ିକ ଟିମ୍ ଇଣ୍ଡିଆ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଏଠାରେ ସୂଚନାଯୋଗ୍ୟ, ରବିବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ଶିଖର ଧାୱନ ବ୍ୟାଟିଂ କରୁଥିବା ବେଳେ ନାଥନ କୁଲଟର୍ ନିଲଙ୍କ ଏକ ବାଉନ୍ସିଂ ବଲରେ ଆହତ ହୋଇଥିଲେ । ବଲଟି ଧାୱନଙ୍କ ହାତ ବୁଢା ଆଙ୍ଗୁଠି ଓ ଚକଟିରେ ବାଜିଥିଲା । ଯନ୍ତ୍ରଣା ହେଉଥିଲେ ମଧ୍ୟ ଧାୱନ ଦୁର୍ଦ୍ଦଶ ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୧୦୯ଟି ବଲରୁ ପ୍ରଶଂସନୀୟ ୧୧୭ ରନ କରିଥିଲେ । ଶିଖରଙ୍କ ଜବରଦସ୍ତ ବ୍ୟାଟିଂ ଲାଗି ଏହି ମ୍ୟାଚରେ ତାଙ୍କୁ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ କରାଯାଇଥିଲା ।

ଓପନର୍ ଶିଖର ଧାୱନଙ୍କ ଏହି ଆହତ ଜନିତ କାରଣ ଯୋଗୁଁ ଭାରତୀୟ ଶିବିରରେ ନୈରାଶ୍ୟ ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଶିଖରଙ୍କ ଅନୁପସ୍ଥିତିରେ ଏବେ କିଏ ରୋହିତ ଶର୍ମାଙ୍କୁ ସାଥ୍ ଦେବ । ରୋହିତ ଓ ଶିଖରଙ୍କ ଯୋଡ଼ି ମହାନ ୱେଷ୍ଟଇଣ୍ଡିଜ ଓପନିଂ ଯୋଡ଼ି ଡ଼େସମଣ୍ଡ ହେନ୍ସ-ଗର୍ଡ଼ନ ଗ୍ରିନିଜଙ୍କ ରେକର୍ଡ଼ ଭାଙ୍ଗି ପାରିଛନ୍ତି । ଏହି ଚର୍ଚ୍ଚିତ ଯୋଡ଼ିକୁ ବିଶ୍ୱସ୍ତରୀୟ ବୋଲର୍ ମାନେ ବୋଲିଂ କରିବାକୁ ଆଶଙ୍କା ପ୍ରକାଶ କରିଛନ୍ତି ।

ଭାରତୀୟ ବିଶ୍ୱକପ ଦଳରେ ସାମିଲ୍ ରହିଥିବା ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କ କଥା ଆଲୋଚନା ହେଉଛି । ଶିଖରଙ୍କ ବଦଳରେ ହୁଏତ ଦିନେଶ ଓପନିଂ ସମ୍ଭାଳିପାରନ୍ତି । ଦିନେଶ କାର୍ତ୍ତିକ କେଉଁପରି ଭାବେ ରୋହିତ ଶର୍ମାଙ୍କୁ ଓପନିଂରେ ସାହାଯ୍ୟ କରିବେ ତାହା କେବଳ ଆସନ୍ତା ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିବ ।

ଆସନ୍ତା ୧୩ ତାରିଖରେ ଭାରତ ତା’ର ଆଗାମୀ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଥିବା ବେଳେ ଭାରତର ଚିରାଚରିତ ଶତ୍ରୁ ପାକିସ୍ତାନକୁ ୧୬ ତାରିଖରେ ପଡ଼ିଆରେ ଭେଟିବାକୁ ଯାଉଛି । ଭାରତୀୟ ଦଳର ମୁଖ୍ୟ ଅସ୍ତ୍ର କୁହାଯାଉଥିବା ରୋହିତଙ୍କୁ ସାଥ୍ ଦେଉଥିବା ଶିଖରଙ୍କ ଅନୁପସ୍ଥିତିରେ ବିରାଟ କେଉଁପରି ଭାବେ ଦଳକୁ ସମ୍ଭାଳିବେ ତାହା କେବଳ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.