Latest Odisha News

ନେପାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର : ନେପାଳରେ ମଙ୍ଗଳବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରେ ରହିଥିବା ୨ ଜଣ ଓଡ଼ିଆ ହେଲେ ଖୋର୍ଦ୍ଧା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳ ଏବଂ ଜଟଣୀ ଥାନା ଅନ୍ତର୍ଗତ ଯମୁନା ଗ୍ରାମର ବିଜୟ କୁମାର ଜେନା।

ପ୍ରାପ୍ତସୂଚନା ଅନୁଯାୟୀ ଗତ ଜୁନ୍ ୬ ତାରିଖରେ ପୁରୀ ଜିଲ୍ଲା ଡେଲାଙ୍ଗ ଓ ଖୋର୍ଦ୍ଧା ଅଞ୍ଚଳରୁ ପ୍ରାୟ ୬୦ ଜଣ ବ୍ୟକ୍ତି ନେପାଳ ବୁଲିବାକୁ ଯାଇଥିଲେ। ରାଉତହାଟ ଜିଲ୍ଲାର ଚନ୍ଦ୍ରପୂୁର ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ରାସ୍ତାକଡରେ ଛିଡା ହୋଇଥିବା ଏହି ପର୍ଯ୍ୟଟକ ବସକୁ ପଛରୁ ଧକ୍କା ଦେଇଥିଲା ।

ଉକ୍ତ ବସଟି କାଠମାଣ୍ଡୁର ଜୟନଗର ନିକଟରେ ଯାଉଥିବାବେଳେ ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂତ୍ରରୁ ପ୍ରକାଶ ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

ତେବେ ଏହି ଦୁର୍ଘଟଣାରେ ଆହତ ଅନ୍ୟ ଓଡିଆ ପର୍ଯ୍ୟଟକମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଚନ୍ଦ୍ରପୁରର ଓଡିଆ ଆଶ୍ରମରେ ରଖାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.