ପୁରୀ: କଥାରେ ଅଛି ଜଗନ୍ନାଥ ଧାମ ପୁରୀରେ ବାର ମାସରେ ତେର ପର୍ବ ପାଳନ ହୁଏ। ରଥଯାତ୍ରାକୁ ଦିନ କେତେଟା ନବିତୁଣୁ ପୁଣି ଉତ୍ସବ ମୁଖର ବଡ଼ଦାଣ୍ଡ ।
ପୁରୀରେ ଆଜି ଠାରୁ ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ । ପୁରୀ ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଥିବା ଏହି ମହୋତ୍ସବ ଏକ ସପ୍ତାହ ଧରି ଚାଲିବ । ଏହା ଦ୍ୱାରା ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ଲାଗି ରହିବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଭକ୍ତମାନେ ଏହି ମହୋତ୍ସବରେ ହେଉଥିବା ଭଜନ, ସଂକୀର୍ତ୍ତନରେ ଅଂଶଗ୍ରହଣ କରିଛନ୍ତି ।ବଡ଼ଦାଣ୍ଡକୁ ଓଡ଼ିଆ ଘରର ପାରମ୍ପରିକ ଝୋଟି ଚିତାରେ ସଜ୍ଜା ଯିବା ସହ ସହିଯାତ, ଓଡ଼ିଶୀ ଓ ଗୋଟିପୁଅ ଭଳି ଲୋକନୃତ୍ୟରେ ଦୁଲୁକୁଛି ଶ୍ରୀକ୍ଷେତ୍ର ।
Comments are closed.