Latest Odisha News

BREAKING NEWS

ବିନା ଭକ୍ତରେ ଧବଳେଶ୍ୱର ପୀଠରେ ବଡଓଷା, ରାତିରେ ଗଜଭୋଗ

କଟକ: ଆଜି ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା । କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ବାବା ଧବଳେଶ୍ୱର ବଡ଼ସିଂହାର ଓ ପରେ ନାଗା ବେଶ ଧାରଣ କରିବେ । ମଧ୍ୟରାତ୍ରିରେ ବାବାଙ୍କ ଠାରେ ଲାଗି ହେବ ଗଜଭୋଗ ।

ଏଥର କରୋନା ଯୋଗୁ ବିନା ଭକ୍ତରେ ପାଳିତ ହେଉଛି ମନ୍ଦିର ବଡ଼ଓଷା । ଏଥିପାଇଁ ପ୍ରଶାସନ ପୂର୍ବରୁ କଟକଣା ଜାରି କରିଥିଲା । ମନ୍ଦିର ପରିସରରେ ପୂର୍ବରୁ ଲାଗୁ ହୋଇଛି ୧୪୪ ଧାରା । ବିଶ୍ୱାସ ରହିଛି, ପବିତ୍ର ବଡ଼ଓଷାରେ ଧବଳେଶ୍ୱରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କଲେ କୋଟିଜନ୍ମର ପୁଣ୍ୟ ମିଳେ । ବଡ଼ଓଷାପେ ଗଜ ଭୋଗର ବିଶେଷ ମହତ୍ତ୍ୱ ରହିଛି ।

Leave A Reply

Your email address will not be published.