Latest Odisha News

BREAKING NEWS

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୟାସଡ଼କରେ ଥିବା ଆଇଆଇଏଫଏଲ୍ ସଂସ୍ଥାରୁ ସୁନା ଗହଣା ଓ ଟଙ୍କା ଲୁଟ୍ ଲିଙ୍କରେ ବନ୍ଧା ହେଲେ ଆଉ ଦୁଇ ଜଣ । ଗିରଫ ଦୁଇ ଜଣ ସୁନା ଦୋକାନର ମାଲିକ ବୋଲି ସୂଚନା ମିଳିଛି । ମଙ୍ଗଳବାଗ ଓ ଆଲାମଚାନ୍ଦ ବଜାର ଅଞ୍ଚଳକୁ ସେମାନଙ୍କୁ ଗିରଫ କରିଛି ପୋଲିସ । ସେମାନେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ଥିଲେ ।

ଆଇଆଇଏଫଏଲ୍ ଡକାୟତି ଘଟଣାରେ ପୂର୍ବରୁ ଛଅ ଜଣ ଗିରଫ ହୋଇଥିଲେ । ଜଣେ ଲେଟି ଲୁଟେରା ଅଫିସର ବି ଗିରଫ ହୋଇଛନ୍ତି । ସେମାନଙ୍କ ଭିତରୁ ପାଞ୍ଚ ଜଣଙ୍କୁ ରିମାଣ୍ଡରେ ନେଇ କ୍ରାଇମ ସିନ୍ ରିକ୍ରିଏଟ୍ କରିଛି କଟକ ପୋଲିସ । ଏହାସହ ସାଲେପୁର ସ୍ଥିତ କେନ୍ଦ୍ରାପଡ଼ା କେନାଲକୁ ଅଭିଯୁକ୍ତଙ୍କୁ ନେଇ ସରଜମିନ ତଦନ୍ତ କରିଛି ।

Leave A Reply

Your email address will not be published.