Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଭ୍ୟାକସିନ୍ ଟୁର୍: ୩ଟି ସହର ଗସ୍ତ, ଟିକା ପ୍ରସ୍ତୁତିର କରିବେ ତଦାରଖ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଟି ସହର ଗସ୍ତ କରିବେ । ଟିକା ବିକଶିତ କାମରେ ଲାଗିଥିବା ତିନିଟି କମ୍ପାନୀକୁ ଯିବେ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରେ ଜାଇଡସ୍‌ ବାୟୋଟେକ୍‌ ପାର୍କ, ପୁନେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ହାଇଦ୍ରାବାଦରେ ଭାରତ ବାୟୋଟେକ୍‌ ଫାର୍ମ ଗସ୍ତ କରିବେ ।

ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ଜାଇଡସ୍ କାଲିଡା ପ୍ଲାଣ୍ଟ ଗସ୍ତ କରିବେ । ପରେ ଅନ୍ୟ ସ୍ଥାନକୁ ଯିବେ । ତିନିଟି ସହର ଗସ୍ତ କରି ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ଟିକାର ବିକାଶ, ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବେ । ଜାଇଜସ୍, ସିରମ୍ ଓ ଭାରତ ବାୟୋଟେକ ପ୍ରସ୍ତୁତ ଟିକାର ଟ୍ରାଏଲ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଟିକା ବିକଶିତ କାମରେ ଲାଗିଥିବା ବୈଜ୍ଞାନିକଙ୍କ ମନୋବଳ ବୃଦ୍ଧି କରିବ । ଏହାସହ ଭାରତରେ ଟିକାର ବିକାଶ, ପ୍ରସ୍ତୁତି ଓ ବଣ୍ଟନ ନେଇ ପ୍ରସ୍ତୁତ ହେବ ରୋଡମ୍ୟାପ୍ ।

Leave A Reply

Your email address will not be published.