Latest Odisha News

BREAKING NEWS

ଲକ୍‌ଡାଉନ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପଶିଲେ ବଡଚଣା ଆଇଆଇସି, ମାମଲା ରୁଜୁ

ପୁରୀ: ନିୟମ ଭାଙ୍ଗିଲେ ପୋଲିସ ବାବୁ । ଲକ୍‌ଡାଉନ କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ପରିବାର ସହ ଦର୍ଶନ କରିବା ମହଙ୍ଗା ପଡିଲା । ଫେରିବା ପରେ ସିଂହଦ୍ୱାର ପୋଲିସ ତାଙ୍କୁ ଅଟକ ରଖିଛି ।

ସୂଚନା ଅନୁଯାୟୀ, ବଡଚଣା ଆଇଆଇସି ଦୀପକ ଜେନା ପରିବାର ସହ ଶ୍ରୀମନ୍ଦିରକୁ ଦକ୍ଷିଣ ଦ୍ୱାର ପଟେ ପ୍ରବେଶ କରିଥିଲେ । ଏହି ସମୟରେ ଦ୍ୱାର ନିକଟରେ ଥିବା ଜଣେ ହାବିଲଦାର ତାଙ୍କୁ ଅଟକାଇଥିଲା । କିନ୍ତୁ ଆଇଆଇସି ତାଙ୍କୁ ଧମକ ଚମକ ଦେଇ ଭିତରକୁ ଯାଇଥିଲେ ।

ଏ ନେଇ ହାବିଲଦାର ଜଣଙ୍କ ସିଂହଦ୍ୱାର ଥାନାରେ ଜଣାଇବା ପରେ ପୋଲିସ ଅଧିକାରୀ ବଡଚଣା ଆଇଆଇସିଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ଅଟକ ରଖିଥିଲେ । ଏ ନେଇ ଏକ ମାମଲା ରୁଜୁ ହୋଇଛି ।

କରୋନା ସଂକ୍ରମଣ ଭୟରେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ରାଜ୍ୟ ସରକାର ଧର୍ମପୀଠମାନଙ୍କରେ ଦର୍ଶନ ନେଇ କଟକଣା ଜାରି କରିଛନ୍ତି ।

Leave A Reply

Your email address will not be published.