Latest Odisha News

BREAKING NEWS

ଆପ୍ ‌(AAP) ସରକାର ବିରୋଧରେ କପିଲ ମିଶ୍ରାଙ୍କ ଖାଦ୍ୟ ଅଭାବ ଅଭିଯୋଗ; ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଦିଲ୍ଲୀର ଏକ ଭିଡିଓ । ଜାହାଙ୍ଗିରପୁରି ମ୍ୟୁନିସିପାଲ ସ୍କୁଲରେ ଖାଦ୍ୟ ବଣ୍ଟନ ନେଇ ବ୍ୟାପକ ଅବ୍ୟବସ୍ଥା । ଏପରିକି ଲୋକେ ସ୍କୁଲ ଗେଟ୍ ଭାଙ୍ଗିବା ସହ ଦଳାଚକଟାର ସମ୍ମୁଖୀନ ହୋଇଥିଲେ ।

ଲକ୍‌-ଡାଉନ୍ ଆରମ୍ଭ ହେବାଠୁ ଦିଲ୍ଲୀର ଆପ୍ ସରକାର ଦିନ ମଜୁରିଆ ଓ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଆସୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଘୋଷଣା ଅନୁଯାୟୀ ଅସହାୟଙ୍କ ପାଇଁ ସ୍କୁଲ ଗୁଡିକ ରାତ୍ରୀ ବିଶ୍ରାମାଗାର ଓ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ରୂପାନ୍ତରିତ ହୋଇଥିଲା ।

ବିଜେପି ନେତା କପିଲ ମିଶ୍ରା ଖୋଦ ଏହି ଭିଡିଓଟିକୁ ଟୁଇଟ୍ କରିବା ସହ ଦିଲ୍ଲୀ ସରକାରଙ୍କ ବିରୋଧରେ ଖାଦ୍ୟ ଅଭାବ ଅଭିଯୋଗ ଆଣିଛନ୍ତି ।ତେବେ ଉପ-ମଣ୍ଡଳ ମାଜିଷ୍ଟ୍ରେଟ ବୀରେନ୍ଦ୍ର ସିଂଙ୍କ ଅନୁଯାୟୀ ଏପ୍ରିଲ୍ ୧୭, ସଂଧ୍ୟାରେ କିଛି ଲୋକ ଦିନ ୩ଟାରୁ ସ୍କୁଲ ବାହାରେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଖାଦ୍ୟ ପ୍ରସ୍ତୁତ ହୋଇଥିବା ନେଇ ମିଥ୍ୟା ଗୁଜବ ସୃଷ୍ଟି କରିଥିଲା । ଯାହା ଫଳରେ ଏଭଳି ପରିସ୍ଥିତି ସାମ୍ନାକୁ ଆସିଥିଲା । ଦଳାଚକଟାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.