Latest Odisha News

BREAKING NEWS

ବଡଦାଣ୍ଡରେ ବିଦେଶୀ ଭିକାରୀ; ଭଜନ ଜଣାଣ କରି ପୋଷୁଛନ୍ତି ପେଟ

ଭୁବନେଶ୍ୱର: ବଡ ଦାଣ୍ଡରେ ବିଦେଶୀ ଭିକାରୀ। କଥାଟି ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ। ମସ୍କୋ ନିବାସୀ ଶକ୍ତିତ୍ୱ ଦାସ ଓ ତେଜସ୍ୱୀନୀ ଦାସ । ସୁଦୂର ମେସ୍କୋରୁ ଆସିଥିଲେ ଓଡିଶା। ବିଦେଶୀ ଭିସା ଅବଧି ପୂରିଗଲା। ନବୀକରଣ କରିବାକୁ ଅର୍ଥ ନଥିଲା। ସମ୍ପର୍କୀୟଙ୍କଠାରୁ ଅର୍ଥିକ ସହାୟତା ମାଗିଥିଲେ ସୁଦ୍ଧା କେହି ସହାୟତା ଦେଲେ ନାହିଁ ।

ସେ ସମୟରେ ସେମାନେ ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ରହିଥିଲେ। ମାତ୍ର ବାଲେଶ୍ୱର ଜିଲ୍ଲା ପ୍ରଶାସନ ମଧ୍ୟ ସେମାନଙ୍କୁ ସେଠାରୁ ବହାର କରିଦେଲା ।

ଏହା ପରେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ପାଖେ ଶରଣ ପଶିଛନ୍ତି ଏମାନେ। ପୁରୀ ଧାମରେ ହିଁ ଶେଷ ନିଃଶ୍ୱାସ ଛାଡିବାକୁ ମନସ୍ଥ କରିଛନ୍ତି ଏମାନେ।

ନିଜର ଗୁଜୁରାଣ ମେଣ୍ଟାଇବାକୁ ଶ୍ରୀମନ୍ଦିର ଆଖପାଖରେ ଭକ୍ତି ସଂଗୀତ ଗାନ କରି ଭିକ୍ଷା ମାଗୁଛନ୍ତି। ନିଜକୁ ଜଗନ୍ନାଥଙ୍କ ଆଶ୍ରିତ କରାଇ ତାଙ୍କର ଭକ୍ତ ର ପରିଚୟ ନେଇ ଏହିଠାରେ ରହିବାକୁ ମନସ୍ଥ କରିଛନ୍ତି ଶକ୍ତିତ୍ୱ ଓ ତେଜସ୍ୱିନୀ। ଉଭୟେ ଇସ୍କନ ଦୀକ୍ଷା ମଧ୍ୟ ନେଇ ସାରିଛନ୍ତି ।

Leave A Reply

Your email address will not be published.