Latest Odisha News

BREAKING NEWS

ଅଷ୍ଟ୍ରିଆରେ ଆତଙ୍କୀ ହମଲା: ୬ଟି ସ୍ଥାନରେ ଆଖିବୁଜା ଗୁଳିମାଡ଼

ଭିଏନା: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀ ଆକ୍ରମଣ । ହୋଟେଲରେ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୬ଟି ସ୍ଥାନରେ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ଜଣେ ଆତଙ୍କବାଦୀ ।ଗତକାଲି ବିଳମ୍ବିତ ରାତିରେ ଏହି ହମଲା ହୋଇଥିଲା । ହଠାତ୍ ହୋଟେଲ ଭିତରେ ସଶସ୍ତ୍ର ଆତଙ୍କବାଦୀ ପଶିଥିଲା । ଆଖିବୁଜା ଗୁଳିମାଡ଼ କରିଥିଲା । ଆଉ କିଛି ସ୍ଥାନରେ ବି ଗୁଳିମାଡ଼ କରିଥିବା କୁହାଯାଉଛି ।

ଘଟଣାସ୍ଥଳରେ ସୁରକ୍ଷାବାହିନୀ ପହଞ୍ଚିଥିଲା । ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ଆକ୍ରମଣ ପଛରେ କାହାର ସଂପୃକ୍ତି ନେଇ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ ଚାଲିଥଲା ଅଷ୍ଟ୍ରିଆ ପୋଲିସ କହିଛି ।

Leave A Reply

Your email address will not be published.