Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଚ୍ଛେଦ କାର୍ଯ୍ୟ ଆରମ୍ଭ; ଭଙ୍ଗା ହେଲା ବଡ଼ ଆଖଡ଼ା ମଠର ପୁରୁଣା ଘର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ଆଜିଠାରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀ ବଡ଼ଦାଣ୍ଡକୁ ଲାଗିଥିବା ବଡ଼ ଆଖଡ଼ା ମଠର ପୁରୁଣା ଘରକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ଏହ ପୂର୍ବରୁ ବଡ଼ ଆଖଡ଼ା ମଠର ଅଧିକାଂଶ ଘରକୁ ଭାଙ୍ଗି ଦିଆଯାଇଥିଲା। ବାକି ପୁରୁମା ଯେତକ ପୁରୁଣା ଘର ରହିଥିଲା ଆଜି ସେ ସବୁଗୁଡ଼ିକୁ ଉଚ୍ଛେଦ କରାଯାଇଛି।

ଉତ୍ତର-ପୂର୍ବ ଦ୍ୱାର କୋଣରେ ଥିବା ବଡ଼ ଆଖଡ଼ା ମଠର ପୁରୁଣା ଘରଟି ଦୁଇ ମହଲା ବିଶିଷ୍ଟ ହୋଇଥିବା ବେଳେ ଜେସିବି ଲଗାଇ ଏହାକୁ ମାଟିର ମିଶାଯାଇଛି। ମଠ ଭଙ୍ଗାକୁ ନେଇ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଯେ ପୂର୍ବରୁ ବିଭିନ୍ନ କାରଣରୁ ଏହି ମଠଟି ଭଙ୍ଗାଯାଇପାରୁ ନଥିଲା। ଆଜି ଉଚ୍ଛେଦ କରାଯାଇଛି।

ତେବେ ବଡ଼ ଆଖଡ଼ ମଠର ନୂଆ ଘର ନିର୍ମାଣ ହେବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇ ସାରିଛି। ନିଷ୍ପତ୍ତି ଅନୁଯାୟୀ ମଠର ନୂଆ ଘର ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ବାହାରେ ଅର୍ଥାତ୍‌ ୧୦୦ ମିଟର ଦୂରରେ ନିର୍ମାଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comments are closed.