Latest Odisha News

BREAKING NEWS

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ ; ୨ ମୃତ, ୩ ଗୁରୁତର

ବୌଦ୍ଧ : ସକାଳୁ ସକାଳୁ ଅଘଟଣ । କମଳପୁର ଛକ ନିକଟରେ ପୁଲିସ ଗାଡ଼ି ଟ୍ରକ୍ ମୁହାଁମହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତ ଦୁଇଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର । ଏବଂ ଆହତମାନେ ହେଲେ ବାଉଁଶୁଣୀ ଥାନା ଏଏସ୍‌ଆଇ, ହୋମଗାର୍ଡ ଓ କନେଷ୍ଟବଳ । ଏନେଇ ସମସ୍ତ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ବାଉଁଶୁଣୀ ଥାନାର ଏକ ଟିମ୍ କଟକରୁ ଥାନାକୁ ଫେରୁଥିଲେ। ଏହି ସମୟରେ ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଳପୁର ଛକ ନିକଟରେ ସୋନପୁର ଆଡୁ ଆସୁଥିବା ଏକ ଟ୍ରକ ସହିତ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାପରେ ବୋଲେରୋଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣେ ପୁଲିସ୍ ହୋମଗାର୍ଡ ଓ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି ।

 

Leave A Reply

Your email address will not be published.