Latest Odisha News

BREAKING NEWS

ଦୁର୍ଘଟଣାରେ ‘ସରାଭାଇ ଭର୍ସେସ ସରାଭାଇ’ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୁଣି ଟିଭି ଇଣ୍ଡଷ୍ଟ୍ରିକୁ ଝଟ୍‌କା । ବିବାହ ପୂର୍ବରୁ ଉଠିଲା କୋକେଇ । ଆଉ ନାହାନ୍ତି ଚୁଲବୁଲି ଅଭିନେତ୍ରୀ ବୈଭବୀ ଉପାଧ୍ୟୟ  । ‘ସରାଭାଇ ଭର୍ସେସ ସରାଭାଇ’ ଫେମ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ଏକ ଦୁର୍ଘଟଣା ମୃତ୍ୟୁ ଘଟିଛି ।

BjdElectrycity

‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ ବୈଭବୀ ଜାସ୍ମିନ୍‌ ଚରିତ୍ରରେ ଅଭିନୟ କରି ଅତ୍ୟନ୍ତ ଲୋକପ୍ରିୟ ‌ହୋଇଯାଇଥିଲେ । ବୈଭବୀଙ୍କର ନିର୍ବନ୍ଧ ସରିଥିବା ବେଳେ ସେ ତାଙ୍କ ଭାବୀ ସ୍ୱାମୀଙ୍କ ସହ ହିମାଚଳ ପ୍ରଦେଶର କୁଲୁ ବୁଲିବାକୁ ଯାଇଥିଲେ। କିନ୍ତୁ ସେହି ପାହାଡ଼ ଉପତ୍ୟକାରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ବୈଭବୀଙ୍କ ବୟସ ୩୨ ବର୍ଷ ହୋଇଥିଲା ।

ଏନେଇ ବୈଭବୀଙ୍କ ପରିବାର ଲୋକେ ମୃତଦେହ ଆଣିବାକୁ ହିମାଚଳ ପ୍ରଦେଶ ଯାଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ନେଇ କୁହାଯାଉଛି ।

ପ୍ରଯୋଜକ ତଥା ଅଭିନେତା ଜେ. ଡି. ମଜେଠିୟା ଅଭିନେତ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଲେଖିଛନ୍ତି, ଜୀବନ ‌ଏମିତି ଅପ୍ରତ୍ୟାଶିତ ବୋଲି ବିଶ୍ବାସ କରି ହେଉନାହିଁ । ଜଣେ ଭଲ ଅଭିନେତ୍ରୀ ଓ ବନ୍‌ଧୁ ଏ ଦୁନିଆରେ ନାହାଁନ୍ତି  ।

ବୈଭବୀ ଜଣେ ପପୁଲାର ଟିଭି ଅଭିନେତ୍ରୀ ଥିବା ବେଳେ ବହୁ ଟିଭି ଶୋ’ରେ ସେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିତିଛନ୍ତି। କିନ୍ତୁ ‘ସରାଭାଇ ଭର୍ସେସ ସରାଭାଇ’ ତାଙ୍କୁ ଖୁବ୍‌ ପ୍ରସିଦ୍ଧି ଆଣି ଦେଇଥିଲା ଓ ଘରେ ଘରେ ପରିଚିତ କରାଇଥିଲା। ଟିଭି ବାଦ ଫିଲ୍ମ ‘ଛପାକ’ରେ ବି ସେ ଦୀପିକା ପାଦୁକୋନଙ୍କ ସହ ଅଭିନୟ କରି ବେଶ୍‌ ପ୍ରଶଂସିତ ହୋଇଥିଲେ। ବୈଭବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି।

 

Leave A Reply

Your email address will not be published.