Latest Odisha News

ବନ ବିଭାଗ ହେପାଜତରେ ମୃତ୍ୟୁ ମାମଲା, ୬ ବନ କର୍ମଚାରୀ ଗିରଫ

କଟକ: ଆଠଗଡ଼ ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା । ପୋଲିସ ହାତରେ ବନ୍ଧା ହେଲେ ୬ ଜଣ ବନ କର୍ମଚାରୀ । ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସହ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ ଗିରଫ ହୋଇଛନ୍ତି ।

ଗତ ୫ ତାରିଖ ରାତିରେ ହାତ ଶିକାର ଅଭିଯୋଗରେ ବଡ଼ମ୍ବା ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କୁ ଉଠାଇ ଆଣିଥିଲେ ବନ କର୍ମଚାରୀ । ଧନେଶ୍ୱରଙ୍କୁ ତିଗିରିଆ ୱାଚ୍ ଟାୱାରରେ ପଚରାଉଚରା କରିବା ବେଳେ ମାଡ଼ ମାରିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବଡ଼ମ୍ବା ପୋଲିସ ୧୪ ଜଣ ବନ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ।

ଶେଷରେ ପୋଲିସ ୬ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ୨ଟି ବୋଲେରୋ ସହ ମାଡ଼ ମାରିବାରେ ବ୍ୟବହୃତ ୪ଟି ଠେଙ୍ଗା ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ଏସଡିପିଓ । ଧନେଶ୍ୱରଙ୍କ ମୃତ୍ୟୁ ପରେ ବଡ଼ମ୍ବାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.