Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ସିରିଜରେ ଭାଙ୍ଗିବ ଏହି ରେକର୍ଡ

ନାଗପୁର: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜରେ ଅନେକଗୁଡିଏ ରେକର୍ଡ ଭାଙ୍ଗିପାରେ । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ୬୪ ରନ ସଂଗ୍ରହ କଲେ ବିଶ୍ୱ କ୍ରିକେଟରେ ଷଷ୍ଠ ଖେଳାଳି ଭାବେ ୨୫୦୦୦ ଆନ୍ତର୍ଜାତୀୟ ରନ ପୂର୍ଣ୍ଣ କରିବେ । ସେ ଏ ପର୍ଯ୍ୟନ୍ତ ଓଭରାଲ ୪୯୦ ମ୍ୟାଚ ଖେଳି ୫୩.୭୪ ଆଭରେଜରେ ୨୪୯୩୬ ରନ କରିଛନ୍ତି । ଭାରତ ପକ୍ଷରୁ କେବଳ ସଚିନ ତେନ୍ଦୁଲକର ଏହି ମାଇଲଖୁଂଟ ଅତିକ୍ରମ କରିଛନ୍ତି ।

BjdElectrycity

ସେହିପରି ରବିଚନ୍ଦ୍ରନ ଅଶ୍ୱୀନ ଟାର୍ଗେଟ ୪୫୦ ୱିକେଟ ହାସଲ ରହିବ । ସେ ଆଉ ଗୋଟିଏ ୱିକେଟ ହାସଲ କଲେ ଭାରତ ପକ୍ଷରୁ ଏହି କୀର୍ତିମାନ ସ୍ଥାପନ କରିବାରେ ଦ୍ରୁତତମ ଖେଳାଳି ହେବେ । ଅଷ୍ଟ୍ରେଲିଆର ସିନିୟର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଗୋଟିଏ ଶତକ ହାସଲ କଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହେବେ ।

ବର୍ଡର-ଗାଭାସ୍କର ଟ୍ରଫିରେ ସ୍ମିଥ ୧୪ ଟେଷ୍ଟରେ ୮ ଶତକ ହାସଲ କରିଥିବା ବେଳେ ସଚିନ ୩୪ ଟେଷ୍ଟରେ ୯ଶତକ ଅର୍ଜନ କରିଛନ୍ତି । ଚେତେଶ୍ୱର ପୂଜାରା ଅଷ୍ଟ୍ରେଲିଆ ବିପକ୍ଷରେ ୨୦ ମ୍ୟାଚରେ ୧୮୯୩ ରନ କରିଛନ୍ତି । ସେ ଯଦି ୧୦୭ ରନ କରିବେ ତାହାହେଲେ ୨୦୦୦ରୁ ଅଧିକ ରନ ସଂଗ୍ରହ କରିବାରେ ୪ର୍ଥ ଭାରତୀୟ ହେବେ ।

ଅଷ୍ଟ୍ରେଲିଆ ସ୍ପିନର ନାଥାନ ଲିୟନ ଭାରତ ବିପକ୍ଷରେ ୨୨ ଟେଷ୍ଟରେ ୯୪ ୱିକେଟ ଅକ୍ତିଆର କରିଛନ୍ତି । ସେ ଆଉ ୬ଟି ୱିକେଟ ନେଇଥିଲେ ଭାରତ ବିପକ୍ଷର ୧୦୦ ୱିକେଟ ନେବାରେ ତୃତୀୟ ଖେଳାଳି ହେବେ । ସେହିପରି ଦ୍ୱିତୀୟ ଖେଳାଳି ଭାବେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ୧୦୦ ୱିକେଟ ପୂର୍ଣ୍ଣ କରିବେ ।

Leave A Reply

Your email address will not be published.