Latest Odisha News

BREAKING NEWS

ଡବ୍ଲ୍ୟୁପିଏଲ: ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ କ୍ରିକେଟ ଚଳିତ ବର୍ଷ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ବିସିସିଆଇ ପକ୍ଷରୁ ୪୦୯ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳିଙ୍କୁ ରଖାଯାଇଛି । ଏଥିରେ ଟିମ ଇଣ୍ଡିଆର ଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମାନ୍ଧନା, ଦୀପ୍ତି ଶର୍ମା ଓ ଶେଫାଳୀ ବର୍ମାଙ୍କ ପରି ଖେଳାଳି ରହିଛନ୍ତି । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଏଲିସେ ପେରୀ, ସୋଫି ଏକ୍ଲେଷ୍ଟୋନ, ସୋଫି ଡିଭାଇନ ଓ ଦେନ୍ଦ୍ର ଡଟ୍ଟିନଙ୍କ ସମେତ ୧୩ଜଣ ଏହି ତାଲିକାରେ ରହିଛନ୍ତି । ସେହିପରି ୪୦ ଲକ୍ଷ ବେସ ପ୍ରାଇସରେ ୩୦ ଜଣ ଖେଳାଳି ରହିଛନ୍ତି । ୩୦ ଓ ୧୦ ଲକ୍ଷ ବେସ ପ୍ରାଇସରେ ମଧ୍ୟ ଅନ୍ୟ ଖେଳାଳିମାନଙ୍କୁ ରଖାଯାଇଛି ।

BjdElectrycity

ଗୋଟିଏ ଦଳର ପର୍ସରେ ସର୍ବାଧିକ ୧୨ କୋଟି ଟଙ୍କା ରହିବ । ବିସିସିଆଇ ୫ଟି ଦଳ ବିକ୍ରୀରୁ ୪୬୬୯.୯୯ କୋଟି, ମିଡିଆ ରାଇଟ୍ସରୁ ୯୫୧ କୋଟି ଟଙ୍କା ଆୟ କରି ସାରିଛି । ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ଟିମ ମହିଳା ପ୍ରିମିୟର ଲିଗରେ ମଧ୍ୟ ଦଳ କିଣିଛନ୍ତି ।

Leave A Reply

Your email address will not be published.