Latest Odisha News

BREAKING NEWS

ବଡ଼ି ଭୋରରୁ ଖୋଲିଲା ବଦ୍ରିନାଥ ଧାମର‌ ଦ୍ଵାର

ବଦ୍ରିନାଥ ଧାମ: ଦେଶର ପ୍ରମୁଖ ଧର୍ମସ୍ଥଳୀ ମଧ୍ୟରୁ ବଦ୍ରିନାଥ ଧାମ ଅନ୍ୟତମ। ବୈଦିକ ମନ୍ତ୍ର ଓ ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଦିନ ମେଷ ଲଗ୍ନ ପୁଷ୍ୟା ନକ୍ଷତ୍ରରେ ଭୋର୍ ୪ଟା ୧୫ମି.ରେ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ଖୋଲାଯାଇଛି।

ସୂଚନା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ନିରନ୍ତର ଭାବେ ଭଗବାନ ବଦ୍ରି ବିଶାଲଙ୍କ ପୂଜା ହେବ। ଏହି ଅବସରରେ ଶ୍ରୀ ବଦ୍ରି-କେଦାର ପୁଷ୍ପ ସେବା ସମିତି ଦ୍ୱାରା ମନ୍ଦିର ଏବଂ ମନ୍ଦିର ରାସ୍ତାକୁ ପ୍ରାୟ ୨୦ କ୍ୱିଣ୍ଟାଲ ଫୁଲରେ ସଜାଯିବ।

ତେବେ କବାଟ ଖୋଲିବାର ପ୍ରକ୍ରିୟା ସକାଳ ତିନିଟାରୁ ଆରମ୍ଭ ହୋଇଥିବା ବେଳେ ଶ୍ରୀ କୁବେରଜୀ ବାମନୀ ଗାଁର ଲକ୍ଷ୍ମୀ ଫାଟକରୁ ମନ୍ଦିର ପରିସରରେ ପହଞ୍ଚିଥିଲେ। ଶ୍ରୀ ଉଦଭଜୀ ମଧ୍ୟ ମୁଖ୍ୟ ଫାଟକ ଭିତରେ ପହଞ୍ଚିଥିଲେ।

ପରେ ଶ୍ରୀ ବଦ୍ରିନାଥ ଧାମ ଦ୍ୱାର ସକାଳ ୪ଟା ୧୫ମି.ରେ ଖୋଲିଥିଲା ବେଳେ କିଛି ଲୋକ ଅଖଣ୍ଡ ଜ୍ୟୋତି ଦେଖିବାର ସୌଭାଗ୍ୟ ପାଇଥିଲେ।

Leave A Reply

Your email address will not be published.