Latest Odisha News

BREAKING NEWS

ଦୀପାବଳିରେ ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହେଲା ବଦ୍ରିନାଥ ମନ୍ଦିର

ଉତ୍ତରାଖଣ୍ଡ: ଦିପାବଳୀ ଅବସରରେ ବଦ୍ରିନାଥ ଧାମରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରକୁ ଫୁଲରେ ସଜା ହୋଇଛି। ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର। ଦୀପାବଳି ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ରିତୀନୀତି କରାଯାଉଛି। ପ୍ରତିବର୍ଷ ଦୀପାବଳିରେ ବଦ୍ରିନାଥ ଧାମକୁ ଫୁଲରେ ସଜା ହୋଇଥାଏ।

ଦୀପାବଳିରେ ବଦ୍ରିନାଥ ଧାମରେ ମା’ ଲକ୍ଷ୍ମୀ ଓ କୁବେର ଭଗବାନଙ୍କ ପୂଜା କରାଯାଇଥାଏ। ଧାମର ଚତୁପାଶ୍ୱର୍ରେ ଦୀପ ଜଳାଯାଏ। ଧର୍ମଅଧିକାରୀଙ୍କ କହିବା ଅନୁସାରେ, ବଦ୍ରିନାଥ ହିଁ ଗୋଟିଏ ମାତ୍ର ସ୍ଥଳୀ, ଯେଉଁଠାରେ ମାତା ଲକ୍ଷ୍ମୀ ଓ କୁବେର ଭଗବାନଙ୍କ ଏକାସହ ପୂଜା କରାଯାଇଥାଏ।

ଉତ୍ତରାଖଣ୍ଡର ରାଜ୍ୟପାଳ ଲେଫ୍ଟିନେଣ୍ଟ ଜେନେରାଲ ଗୁରମିତ ସିଂହ ୪ନଭେମ୍ବରକୁ ବଦ୍ରିନାଥ ଧାମର ଦର୍ଶନ କରିବେ। ଜିଲ୍ଲାଧିକାରୀ ହିମାଂଶୁ ଖୁରାନା କହିଲେ, ରାଜ୍ୟପାଳ ବଦ୍ରିନାଥକୁ ପହଞ୍ଚି ବଦ୍ରିନାଥ ଧାମର ଦର୍ଶନ କରିବେ। ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ପହଞ୍ଚୁଛନ୍ତି। ବଦ୍ରିନାଥ ଧାମର ଦ୍ୱାର ଆଗାମୀ ୨୦ନଭେମ୍ବରକୁ ଶୀତ ଦିନ ପାଇଁ ବନ୍ଦ କରି ଦିଆଯିବ।

Comments are closed.