Latest Odisha News

BREAKING NEWS

ମେ’ ୧୮ରେ ଖୋଲିବ ବଦ୍ରୀନାଥ ମନ୍ଦିର କବାଟ: ଘୋଷଣା ହେଲା ଶୁଭ ମୁହୂର୍ତ୍ତ

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିର ଗଢଵାଲ ଜିଲ୍ଲାରେ ସ୍ଥିତ ଦେଶର ପ୍ରସିଦ୍ଧ ବଦ୍ରୀନାଥ ମନ୍ଦିର କବାଟ ମେ’୧୮ ତାରିଖ ସକାଳେ ଖୋଲାଯିବ । ବସନ୍ତ ପଞ୍ଚମୀ ଅବସରରେ ନରେନ୍ଦ୍ର ନଗର ରାଜମହଲରେ ମନ୍ଦିର କବାଟ ଖୋଲିବାକୁ ଶୁଭ ମୁହୂର୍ତ୍ତ ଘୋଷଣା କରାଯାଇଛି । ମେ’ ୧୮ ତାରିଖ ସକାଳ ୪ଟା ୧୫ ମିନିଟରେ ଶ୍ରଦ୍ଧାଳୁଙ୍କ ପାଇଁ ବଦ୍ରୀନାଥ ମନ୍ଦିର କବାଟ ଖୋଲାଯିବ ।

ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ମନ୍ଦିର ମୁଖ୍ୟ ପୂଜାରୀ ପୂଜା କରିବେ । ନଭେମ୍ବର ୧୯ ତାରିଖରେ ଶୀତ ଯୋଗୁଁ ମନ୍ଦିର ବନ୍ଦ କରିଦିଆ ଯାଇଥିଲା । ଏଠାରେ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା ସମାପନ କରିଥାନ୍ତି । ଏହି ଚାରଧାମ ଯାତ୍ରାକୁ ଗଢଵାଲ ଅଞ୍ଚଳରେ ରୋଜଗାରର ଏକ ପ୍ରମୁଖ ସ୍ରୋତ ବୋଲି କୁହାଯାଏ । ପ୍ରତିବର୍ଷ ଏପ୍ରିଲ-ମେ’ ରୁ ଆରମ୍ଭ ହୋଇ ଅକ୍ଟୋବର-ନଭେମ୍ବର ମାସରେ ସମାପନ ହୋଇଥାଏ ।

ମନ୍ଦିର କବାଟ ବନ୍ଦ କରିବ ପୂର୍ବରୁ ଭଗବାନଙ୍କୁ ଶୀତବସ୍ତ୍ର ପିନ୍ଧା ଯାଇଥିଲା । ପ୍ରଭୁଙ୍କୁ ଯେପରି ଶୀତ ନ ଲାଗେ, ସେହି ଧାରଣାରେ ଅତ୍ମୀୟତା ଓ ସ୍ନେହ କାରଣରୁ ଭଗବାନଙ୍କୁ ଶୀତବସ୍ତ୍ର ପିନ୍ଧା ଯାଇଥାଏ । ଏହାକୁ ଘୃତ ବୋଲି କୁହାଯାଏ । 

ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ କବାଟ ଖୋଲିଲେ ଯେପରି ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରିବାକୁ ଆସିଥାନ୍ତି ଠିକ ସେହିଭଳି ଶୀତକାଳରେ କବାଟ ବନ୍ଦ ହେଲେ ଦେବତା ଭଗବାନଙ୍କ ଦର୍ଶନ ପାଇଁ ଆସନ୍ତି । 

Leave A Reply

Your email address will not be published.