Latest Odisha News

BREAKING NEWS

ପ୍ରଭୁ ଗଣେଶଙ୍କୁ ଅବମାନନା କଲେ ରିହାନା

ନୂଆଦିଲ୍ଲୀ: ପୁଣି ବିବାଦରେ ଅନ୍ତର୍ଜାତୀୟ ସିଙ୍ଗର୍ ରିହାନା । ହେଲେ ଏଥର ଚାଷୀ ଆନ୍ଦୋଳନକୁ ନେଇ ମନ୍ତବ୍ୟ ପାଇଁ ନୁହେଁ । ବରଂ ଏକ ବିଭ୍ରାନ୍ତିକର ଫଟୋ ପାଇଁ ରିହାନା ବିବାଦ ଘେରକୁ ଆସିଛନ୍ତି ।

ନିକଟରେ ଟୁଇଟରରେ ରିହାନା ଏକ ଫଟୋ ଅପଲୋଡ୍ କରିଥିଲେ । ଏହି ଫଟୋରେ ସେ ଟପ୍‌ଲେସ୍ ଅନ୍ଦାଜରେ ଏକ ନେକଲେସ୍ ପିନ୍ଧିଛନ୍ତି । ହେଲେ ଭଲ ଭାବେ ନଜର ପକାଇଲେ ସେହି ନେକଲେସ୍‌ରେ ପ୍ରଭୁ ଗଣେଶଙ୍କର ଏକ ଲକେଟ୍ ଝୁଲିଥିବା ଦେଖାଯାଇପାରେ । ଏହି ଫଟୋ ନିଶ୍ଚିତ ଭାବେ ଭାରତୀୟଙ୍କ ଧାର୍ମିକ ମନୋଭାବକୁ ଆଘାତ ଦେଇଥିଲାବେଳେ ଅନେକ ଏ ନେଇ ଆପତ୍ତି ମଧ୍ୟ ଉଠାଇଛନ୍ତି । ଏହି ଧାରାରେ ସାମିଲ ହୋଇ ରାଜନୈତିକ ବିଶ୍ଲେଷକ ସେହଜାଦ ପୁନାୱାଲା ମଧ୍ୟ ଦୃଢତାର ସହ ରିହିନାଙ୍କ ଏହି ଫଟୋକୁ ତୀବ୍ର ସମାଲୋଚନା କରିଛନ୍ତି ।

କିଛିଦିନ ପୂର୍ବରୁ ରିହାନା ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ଏକ ଟୁଇଟ୍ କରିବା ପରେ ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣିଥରେ ପ୍ରଭୁ ଗଣେଶଙ୍କୁ ଏକ ଅଶ୍ଳୀଳ ଫଟୋର ସାକ୍ଷୀ ବନାଇ ଭାରତୀୟଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।

Leave A Reply

Your email address will not be published.