Latest Odisha News

BREAKING NEWS

କରୋନା କାଳରେ ସାଢ଼େ ୮ କୋଟି କୃଷକଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ୧୭ ହଜାର କୋଟି

ନୂଆଦିଲ୍ଲୀ: କୃଷି ଫାଇନାନ୍ସ ସୁବିଧା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କୃଷି ଭିତ୍ତିଭୂମି ଫଣ୍ଡର ଶୁଭାରମ୍ଭ କରିଛନ୍ତି । କୃଷକଙ୍କୁ ୪ ବର୍ଷରେ ମିଳିବ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡ । ଏହି ଅର୍ଥ କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍ସ, କୃଷି କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର ଓ ଦେଶର କୃଷକଙ୍କ ବିକାଶ କ୍ଷେତ୍ରରେ ଖର୍ଚ୍ଚ ହେବ ।

ଏହାସହ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଷଷ୍ଠ କିସ୍ତି ପ୍ରଦାନ କରାଯାଇଛି । ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରାଯାଇଛି ୧୭ ହଜାର କୋଟି ଟଙ୍କା । ଏହାଦ୍ୱାରା ଉପକୃତ ହେବେ ଦେଶର ସାଢ଼େ ୮ କୋଟି ଚାଷୀ ।

ଏଗ୍ରୀକଲଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଯୋଜନାକୁ ଗାଁ ଗାଁରେ କୃଷକ ସମୁଦାୟ, କୃଷକ ସମିତିକୁ ଅଧିକ ସୁଦୃଢ଼ କରିବା ସହ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସୃଷ୍ଟି ଦିଗରେ ପ୍ରୋତ୍ସାହିତ କରାଯିବ ।

e-NAM ଜରିଆରେ ଟେକ୍ନୋଲୋଜି ଆଧାରିତ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଏଥିରେ କିଛି ବ୍ୟବସାୟୀ ଓ ସଂସ୍ଥା ଯୋଡ଼ି ହେବେ । ଚାଷୀ ଚାହିଁଲେ ନିଜ ଉତ୍ପାଦକୁ ନିଜେ ବିକ୍ରି କରିପାରିବେ । ନହେଲେ ର-ଘଇଗ ଜରିଆରେ କିଣିବିକା କରିପାରିବେ ।

Leave A Reply

Your email address will not be published.