Latest Odisha News

BREAKING NEWS

ବିବାଦରେ ରାପର୍ ବାଦଶାହ, ଫ୍ରାନ୍ସରୁ ଆସିଲା କପି ରାଇଟ୍ ଉଲ୍ଲଙ୍ଘନ ଅଭିଯୋଗ !

ମୁମ୍ବାଇ: ଧୁମ ମଚାଇଛି ବାଦଶାହ ଓ ଜ୍ୟାକ୍‌ଲିନ୍‌ଙ୍କ ଲେଟେଷ୍ଟ ଟ୍ରାକ୍ ଗେଣ୍ଡା ଫୁଲ୍ । ବେଙ୍ଗଲି-ପଂଜାବୀ ଫ୍ୟୁଜନ୍‌ରେ ଏହି ରିମିକ୍ସ ଗୀତଟି ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍ ସେଟର୍ ପାଲଟିଛି । ସୋସିଆଲ୍ ମିଡିଆରେ ଭିୟର୍ସିପ ହାସଲ କରିଥିବା ଏହି ଗୀତଟି ଏବେ କପି ରାଇଟ୍ ମାମଲାରେ ବିବାଦକୁ ଆସିଛି ।

ଗୀତ ଚୋରି କଲା ଭଳି ଅଭିଯୋଗ ଆସିଛି ରାପର୍ ବାଦଶାହଙ୍କ ବିରୋଧରେ । ଗେଣ୍ଡାଫୁଲ୍ ଟ୍ରାକରେ ଏକ ବେଙ୍ଗଲି ଲେକଗୀତକୁ ବାଦଶାହ ରିମିକ୍ସ କରିଥିଲେ । ତେବେ ସେହି ଗୀତର ରାଇଟର୍‌ଙ୍କୁ ସେ କ୍ରେଡିଟ୍ ଦେଇନଥିବା ଅଭିଯୋଗ ହୋଇଛି ।

ଫ୍ରାନ୍ସରେ ଥିବା ବେଙ୍ଗଲି ରିସର୍ଚ୍ଚର୍ ଅର୍ଘୟା ବୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଜରିଆରେ ବାଦଶାହଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଅନ୍ୟପଟେ ଗୀତର ଅରିଜିନାଲ ରାଇଟର୍ ରତନ କହର କହିଛନ୍ତି ଯେ, କପି ରାଇଟ୍ ମାମଲାରେ କୋର୍ଟରେ ଅଭିଯୋଗ କରିବାକୁ ତାଙ୍କ ପାଖରେ ପଇସା ନାହିଁ ।

ଏ ସମସ୍ତ ଘଟଣା ସାମ୍ନାକୁ ଆସିବା ପରେ ରତନ କହରଙ୍କ ବିଷୟରେ ବାଦଶାହ ଜାଣିନଥିବା କହି ନିଜ ସଫେଇ ରଖିଛନ୍ତି । ଏପରିକି ରତନଙ୍କୁ ସେ ଆର୍ଥିକ ସହାୟତା କରିବା ନେଇ ନିଷ୍ପତି ନେଇଥିବା ଜଣାପଡିଛି ।

Leave A Reply

Your email address will not be published.